ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ

ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ ଢଙ୍ଗରେ ବିବାହ କରିବାକୁ ଯାଉଛନ୍ତି। ବିବାହର କାର୍ଡ ବି ସାମ୍ନାକୁ ଆସି ସାରିଛି।

ଏବେ ଏହି ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ସାମ୍ନାକ ଆସୁଛି। ଏହାରି ଭିତରେ ପ୍ରଶଂସକମାନେ ପରିଣିତି ଓ ରାଘବଙ୍କୁ ବଧୂ ଓ ବର ବେଶରେ ଦେଖିବାକୁ ଉତ୍ସାହିତ ହୋଇଗଲେଣି। କପଲଙ୍କ ଓ୍ବେଡିଂ ଆଉଟଫିଟଠାରୁ ଭେନ୍ୟୁ ପର୍ଯ୍ୟନ୍ତ ସବୁକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଏବେ ଏହି ବିବାହ ସହ ଜଡିତ ଆଉ ଏକ ଅପଡେଟ ସମ୍ନାକୁ ଆସିଛି।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦୁହ୍ଲେ ରାଜା ରାଘବ ଚଢା ଦୁହ୍ଲନିୟା ପରିଣିତିଙ୍କୁ ନେବା ପାଇଁ ହାତୀ କି ଘୋଡ଼ା ଚଢି ଆସିବେ ନାହିଁ ଅଥବା କୌଣସି ଗାଡିରେ ଆସିବେ ନାହିଁ। ସେ ଏକ ରାଜକୀୟ ବୋଟରେ ପରିଣିତିଙ୍କୁ ନେଇଯିବେ। ବିବାହ ପାଇଁ ସେ ଏକ ବୋଟରେ ହୋଟେଳ ତାଜରେ ପହଞ୍ଚିବେ। ତେବେ ବାରାତର ଏହି ରାଜକୀୟ ଏଣ୍ଟ୍ରିକୁ ନେଇ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ, ଓ୍ବେଡିଂ କାର୍ଡରେ ଛୋଟରୁ ଛୋଟ ସବୁ ଡିଟେଲ୍ସ ଦିଆଯାଇଛି। ଉଭୟ ଉଦୟପୁରର ‘ଦ ଲିଲା ପ୍ୟାଲେସ’ରେ ୨୪ ସେପ୍ଟେମ୍ବର ରାତିରେ ସାତ ଫେରା ନେବେ। ଏହାପରେ ସେପ୍ଟେମ୍ବର ୩୦ରେ‘ଦ ତାଜ ଲେକ’ରେ କପଲ ସେମାନଙ୍କ ବିବାହର ରିସେପସନ ପାର୍ଟି ଦେବେ। ସେହିପରି ୨୩ ସେପ୍ଟେମ୍ବରରେ ଅତିଥିଙ୍କ ପାଇଁ ଓ୍ବେଲକମ ଲଞ୍ଚର ଆୟୋଜନ କରାଯାଇଛି। ତେଣୁ ଏବେ ଏହି ରାଜକୀୟ ବିବାହକୁ ନେଇ ଉଦୟପୁରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ସୂଚନାଯୋଗ୍ୟ, ମେ’ ୧୩ରେ ଦିଲ୍ଲୀର କପୁରଥଲା ହାଉସରେ ପରିଣିତି ଓ ରାଘବଙ୍କର ଏନଗେଜମେଣ୍ଟ ହୋଇଥିଲା। ଏହାପରେ ଏମାନେ ଉଦୟପୁର ଓ୍ବେଡିଂ ଡେଷ୍ଟିନେଶନ ଭିଜିଟ କରିଥିବା ଦେଖାଯାଇଥିଲା। ଏଇ କିଛିଦିନ ମଧ୍ୟରେ ଏହି କପଲଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି।

Share