ସିନ୍ଦୁର, ମଙ୍ଗଳସୁତ୍ର ପିନ୍ଧି ଶାଶୁ ଘରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ରାଜସ୍ଥାନର ଉଦୟପୁରରେ ଉଭୟଙ୍କ ବିବାହ ହୋଇଛି। ପ୍ରଶଂସକମାନେ ପରିଣୀତିଙ୍କୁ କନ୍ୟା ଏବଂ ରାଘବଙ୍କୁ ବର ବେଶରେ ଦେଖିବାକୁ ବହୁ ଦିନରୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିବାହ ପରେ ପରିଣୀତି ଦିଲ୍ଲୀର ଶାଶୁ ଘରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପରିଣୀତି ତାଙ୍କ ସ୍ବାମୀ ରାଘବଙ୍କ ସହ ନଜର ଆସିଛନ୍ତି। ଅଭିନେତ୍ରୀ ତାଙ୍କ ମଥାରେ ସିନ୍ଦୁର ସହିତ ବେକରେ ମଙ୍ଗଳସୁତ୍ର ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି।

Share