ବିଜନେସ ଓମେନ ପରିଣିତି

ମୁମ୍ବାଇ: ବଲିଉଡର ଆଗାଧାଡିର ଆଭିନେତ୍ରୀ ପରିଣିତି ଚୋପ୍ରା ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କୁ ବିବାହ କରିବା ପରେ ଏବେ ପରିଣିତି ବିଜନେସ ଓମେନ ପାଲଟି ଯାଇଛନ୍ତି।
ଅଭିନୟରେ ଖୁବ ନାଁ କରିଥିବା ଏହି ନାୟିକା ଏବେ ଏଣ୍ଟରପ୍ରେନ୍ୟୋର ହୋଇଯାଇଛନ୍ତି। ଏବେ ସେ ବଲିଉଡର ସେହି କଳାକାରଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି ଯେଉଁମାନେ ବିଜନେସ ଓ୍ବାର୍ଲଡରେ ବି ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି।

ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ସେ ଜଣାଇଛନ୍ତି କି ସେ ଏକ ବଡ ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ଏହାଏକ ହେଲଥ ଓ ପର୍ସନାଲ କେୟାର ବ୍ରାଣ୍ଡ ଯାହାର ନାମ ‘କ୍ଲେନଷ୍ଟା’। ସେ ଲେଖିଛନ୍ତି କି କିଛି ମାସ ହେବ ମୁଁ ମୋପାଇଁ କିଛି ଭଲ ଓ ଅନୋଖା ଖୋଜୁଥିଲି, ଆଉ ମୋର ନଜର ‘କ୍ଲେନଷ୍ଟା’ ପ୍ରଡକ୍ଟ ଉପରେ ପଡିଥିଲା। ଆଉ ଏହି ପ୍ରଡକ୍ଟ ବ୍ୟବହାର କରିବା ପରେ ମୋତେ ଭଲ ଲାଗିଲା ଓ ମୁଁ ଏଥିରେ ନିବେଶ କଲି। ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି କି ଗତ ୪ ବର୍ଷ ହେବ ମୁଁ ଏହା କରିବାକୁ ଚାହୁଁଥିଲି। ହେଲେ ଗତ ୮ ମାସ ହେବ ଉତାର-ଚଢାବ ଭିତରେ ମୁଁ ମୋ କ୍ୟାରିୟରରେ କିଛି ଜରୁରୀ ପରିବର୍ତ୍ତନ କରିବାକୁ ପ୍ଲାନ କଲି।
ସୂଚନାଯୋଗ୍ୟ, ‘କ୍ଲେନଷ୍ଟା’ ଏକ ବିୟୁଟି ଓ କସମେଟିକ୍ସ ଓ ପର୍ସନାଲ କେୟାର ବ୍ରାଣ୍ଡ, ଯାହାସହ ୨୦୨୨ରେ ସୋହା ଅଲି ଖାଁ ବ୍ରାଣ୍ଡ ଏମ୍ବେସଡର ଭାବେ ଯୋଡି ହୋଇଥିଲେ।
କମ୍ପାନୀର ନିର୍ମାଣ ୨୦୧୬ରେ ହୋଇଥିଲା। ପରିଣିତି କହିଛନ୍ତି ଆଗାମି ଦିନରେ ଏହି ବ୍ରାଣ୍ଡ ଏମିତି କିଛି ପ୍ରଡକ୍ଟସ ଲଞ୍ଚ କରିବ ଯାହା ସମସ୍ତଙ୍କ ହୋସ ଉଡାଇଦେବ। ସେ ଆହୁରି ମଧ୍ୟ କହିଛନ୍ତି ସବୁବେଳେ ସେ ବିଜନେସ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

Share