ଆକ୍ସନ ଅବତାରରେ ପରିଣୀତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଫଇଲ୍ମରେ ସେ ଆକ୍ସନ ଅବତାରରେ ନଜର ଆସିବେ। ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଛି। ଟିଜର୍‌ରେ ସେ ଦମଦାର ଆକ୍ସନ କରୁଥିବା ନଜର ଆସିଛନ୍ତି। ପରିଣୀତି ନିଜେ ଟିଜର୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫିଲ୍ମରେ ଅଂଶଗ୍ରହଣ କରି ନିଜ ଗୌରବାନ୍ବିତ ମନେ କରୁଥିବା ସେ କହିଛନ୍ତି।
ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ହାର୍ଡି ସାନ୍ଧୁ। ରିଭୂ ଦାସଗୁପ୍ତା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ଶରଦ କେଲକର, ରଜିତ କାପୁର, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସବ୍ୟସାଚୀ ଚକ୍ରବର୍ତ୍ତୀ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ପରଣୀତି ଶେଷଥର ପାଇଁ ଫିଲ୍ମ ‘ସାଇନା’ରେ ଦେଖାଯାଇଥିଲେ, ଯାହାର କାହାଣୀ ଟେନିସ ଖେଳାଳି ସାଇନା ନେହଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ ଥିଲା।

Share