ବିବାହ ଲେହେଙ୍ଗାରେ ଜେଜେମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଘବ ଚଢା ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲିଲା ପ୍ୟାଲେସରେ ଦୁଇ ଲଭବାର୍ଡଙ୍କ ବିବାହ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଛି। ତେବେ ବିବାହରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଅଫ ହ୍ବାଇଟ ରଙ୍ଗର ଏହି ଲେହେଙ୍ଗାକୁ ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି। ପରିଣୀତିିଙ୍କ ଏହି ଲେହେଙ୍ଗାରେ ତାଙ୍କ ଜେଜେମା’ଙ୍କର ସ୍ମୃତି ରହିଛି ବୋଲି ନିକଟରେ ମନୀଷ କହିଛନ୍ତି। ତାଙ୍କ ଲେହେଙ୍ଗାରେ ଛଲ୍ଲା(ପାରମ୍ପରିକ କି ଚେନ୍‌) ଲଗାଯାଇଛି। ଏହାକୁ ଲଗେଇବାକୁ ପରିଣୀତିି ହିଁ ମନୀଷଙ୍କୁ କହିଥିଲେ। ପରିଣୀତିଙ୍କ ଜେଜେମାଆ ଏହି କି ଚେନ୍‌ ସବୁବେଳେ ପିନ୍ଧିଥାନ୍ତି। ତେଣୁ ଏହାକୁ ନିଜ ଲେହେଙ୍ଗାରେ ଡିଜାଇନିଂ କରି ପରିଣୀତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ପରିଣୀତି ବିବାହ ପାଇଁ ମନୀଷଙ୍କ ସହମତ ଶୁଭେଚ୍ଛା ଜଣାଇଥିବା ଫ୍ୟାନ୍ସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Share