ମୁମ୍ବାଇ: ଏମ୍ପି ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ନିବର୍ନ୍ଧ କରିବେ। ଯାହାକୁ ନେଇ ଉଭୟ ପରିବାରରେ ଜୋରରେ ପ୍ରସ୍ତୁତି ଚାଲିଛି। ସ୍ଥାନଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ ସବୁକିଛି ଶେଷ ହୋଇଛି। ଏହି ସମୟରେ ରାଘବ-ପରିଣୀତିଙ୍କ ନିର୍ବନ୍ଧ ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରାଙ୍କ ପ୍ରତିକ୍ରିୟା ଆସିଛି। ମଧୁ ଚୋପ୍ରା ଉଭୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେ ଏହି ଦମ୍ପତିଙ୍କ ପାଇଁ ବହୁତ ଖୁସି। ଆମର ଆଶୀର୍ବାଦ ସବୁବେଳେ ଏହି ଦୁଇଜଣଙ୍କ ପାଖରେ ରହିବ। ରାଘବ-ପରିଣୀତି ସମ୍ପର୍କ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛି। ବର୍ତ୍ତମାନ ଶେଷରେ ଦୁହେଁ ସମ୍ପର୍କକୁ ଆଉ ପାଦେ ଆଗକୁ ବଢେଇବେ।