ଏହି କାରଣରୁ ପରିଣୀତିଙ୍କ ବିବାହରେ ସାମିଲ ହୋଇ ନ ଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତିଙ୍କ ବିବାହରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗ ଦେଇଥିବାବେଳେ ଅଭିନେତ୍ରୀଙ୍କ ମିମି ଦିଦି ଅର୍ଥାତ୍‌ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଜିଜୁ ନିକ ଜୋନାସଙ୍କ ଅନୁପସ୍ଥିତି ଏକ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ପ୍ରିୟଙ୍କା ନିଜ ଭଉଣୀ ପରିଣୀତି ଏବଂ ରାଘବଙ୍କୁ ସେମାନଙ୍କ ବଡ ଦିନରେ କୌଣସି ଉପହାର ପଠାଇନାହାନ୍ତି। ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଭଉଣୀ ପରିଣୀତିଙ୍କ ବିବାହରେ ଯୋଗ ନ ଦେବା ପଛର କାରଣ ସାମ୍ନାକୁ ଆସିଛି।

ପରିଣୀତି ଏବଂ ରାଘବଙ୍କ ବିବାହରେ ପ୍ରିୟଙ୍କା ଚୋପ୍ରାଙ୍କ ମା’ ଉପସ୍ଥିତି ଥିଲେ। ସେ ପରିଣୀତିଙ୍କ ସଂଗୀତ ସମାରୋହରୁ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପ୍ରିୟଙ୍କାଙ୍କ ଭଉଣୀଙ୍କ ବିବାହରେ ଯୋଗ ନ ଦେବାର କାରଣ ପ୍ରକାଶ କରିଛନ୍ତି।

ମଧୁ ଚୋପ୍ରା ପ୍ରକାଶ କରିଛନ୍ତି, ପ୍ରିୟଙ୍କାଙ୍କ ବିବାହରେ ସାମିଲ ନ ହେବାର ପ୍ରକୃତ କାରଣ ହେଉଛି କାମ। ମଧୁ ଚୋପ୍ରା କହିଛନ୍ତି, କାମ କାରଣରୁ ସେ ଆସିପାରିନାହାନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ପ୍ରିୟଙ୍କା କୌଣସି ଉପହାର ପଠାଇନାହାଁନ୍ତି । କେବଳ ଆଶୀର୍ବାଦ ଦେଇଛନ୍ତି।

Share