ବିବାହ ପରେ ଦିଲ୍ଲୀରେ ପହଞ୍ଚିଲେ ପରିଣୀତି-ରାଘବ

ମୁମ୍ବାଇ: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟସଭା ଏମ୍‌ପି ରାଘବ ଚଢ଼ା ଉଦରପୁରର ଲୀଲା ପ୍ୟାଲେସରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବା ପରେ ସୋମବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଉଭୟ ଭାରତୀୟ ପୋଷାକରେ ନଜର ଆସିଛନ୍ତି।

ପରିଣୀତି ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ରାଘବ କୁର୍ତ୍ତା ଏବଂ ପାଇଜାମା ପିନ୍ଧିଛନ୍ତି। ସେ ଦିଲ୍ଲୀରେ ପହଞ୍ଚିବା ପରେ ମିଡିଆ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ। ସମସ୍ତେ ଏହି ନବଦମ୍ପତିଙ୍କୁ ବିବାହ ଅଭିନନ୍ଦନ ଜଣାଇଛନ୍ତି। ରାଘବ ମଧ୍ୟ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ରାଘବ ଏବଂ ପରିଣୀତିଙ୍କ ବିବାହ ୨୪ ତାରିଖ (ରବିବାର) ଉଦୟପୁରର ଲୀଲା ପ୍ୟାଲେସରେ ହୋଇଥିଲା। ବର-କନ୍ୟା ଲୀଲା ପ୍ୟାଲେସରୁ ବୋଟ୍‌ରେ ପହଞ୍ଚିଥିଲେ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବର ମୁଖ୍ୟ ଭାଗବତ ମନ, ଏଏପି ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ।

Share