ଏହି ଦିନ ବିବାହ କରିବେ ପରିଣୀତି-ରାଘବ!

ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା। ଖବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିବାହ ତାରିଖ ସମ୍ପର୍କରେ ଦୁହିଁଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇ ନାହିଁ। କୁହାଯାଉଛି ଯେ ଏହି ବିବାହ ରାଜସ୍ଥାନରେ ହେବ। ଗୁରୁଗ୍ରାମରେ ରିସେପ୍ସନ ଅନୁଷ୍ଠିତ ହେବ।
ମେ ୧୩ ୨୦୨୩ରେ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ରାଘବ ଏବଂ ପରିଣୀତି ପରସ୍ପରକୁ କଜେଲ ବେଳୁ ଜାଣିଥିଲେ। ଚଳିତ ବର୍ଷ ଜାନୁୟାରୀରେ ଉଭୟଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଙ୍ଗ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ର ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।

Share