ବିବାହ ପରେ ପ୍ରଥମଥର ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲିଲେ ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମଥର ପାଇଁ ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲୁଥିବା ନଜର ଆସିଛନ୍ତି। ଫ୍ୟାଶନ ଡିଜାଇନ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଡିସିଆଇ) ଏକ୍ସ ଲାକ୍‌ମୀ ଫ୍ୟାଶନ ସପ୍ତାହରେ ପରିଣୀତି ଫାବିଆନାଙ୍କ ପାଇଁ ଶୋ’ଷ୍ଟପର୍‌ ହୋଇଥିଲେ। ଏହି ସମୟରେ ସେ ହାତରେ ଚୁଡ଼ି ଏବଂ କପାଳରେ ଲାଲ ସିନ୍ଦୂର ଲଗାଇଥିବାର ନଜର ଆସିଥିଲେ। ବିବାହ ପରେ ପ୍ରଥମଥର ପାଇଁ ତାଙ୍କୁ ଏକ ଫ୍ୟାଶନ ଇଭେଣ୍ଟରେ ଦେଖିବାକୁ ମିଳିଛି। ପରିଣୀତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପରିଣୀତି ସେପ୍ଟେମ୍ବର ୨୪ରେ ଉଦୟପୁରରେ ଏଏପି ଏମ୍‌ପି ରାଘବ ଚଢ଼ାଙ୍କୁ ବିବାହ କରିଥିଲେ। ପରିଣୀତିଙ୍କ ବିବାହଠାରୁ ଆରମ୍ଭ କରି ତାଙ୍କ ନୂତନ ଘରେ ପ୍ରବେଶ ପର୍ଯ୍ୟନ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ର଼୍ୟାମ୍ପରେ ପରିଣୀତି ବହୁତ ରାଜକୀୟ ଦେଖାଯାଉଥିଲେ। ସେ ଗଳାରେ ମୋତି ହାର,ହାତରେ ଗୋଲାପୀ ଚୁଡ଼ି ଏବଂ ସିନ୍ଦୂର ପିନ୍ଧିଥିଲେ।

 

 

View this post on Instagram

 

A post shared by Viral Bhayani (@viralbhayani)

କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲୁକ୍‌କୁ ଆଦୌ ପସନ୍ଦ କରି ନ ଥିଲେ। ଯେତେବେଳେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଦେଖିଥିଲେ, ସେମାନେ କହିଥିଲେ ଯେ ସେ କନ୍ୟା ପରି ଅନୁଭବ କରୁନାହାନ୍ତି। କେହି କେହି କହିଥିଲେ, ଆସ, ଧନ୍ୟବାଦ ଦିଅ ଯେ, ସିନ୍ଦୂର ପିନ୍ଧିଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସେ କେତେ ମୋଟା ହୋଇଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

ଇତିହାସ ରଚିଲା ପୁଷ୍ପା-୨: ବଲିଉଡର ପ୍ରଥମ ଫିଲ୍ମ ଭାବେ କଲା ଏମିତି କାରନାମା 

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର କ୍ରେଜ୍ ପ୍ରଶଂସକଙ୍କ ମନରେ ବଢିବାରେ ଲାଗିଛି । ଏହି ଫିଲ୍ମ କ୍ରମାଗତ ଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି...

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡକୁ ଉଜ୍ଜ୍ୱଳ ଚଳଚ୍ଚିତ୍ର ଦେଇଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri