ଅନୁତାପ କରୁଛନ୍ତି ପରିଣିତି

ପରିଣିତି ଚୋପ୍ରା ଏବେ ଅନୁତାପ କରୁଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଏକ ସିନେମାର ଆଇଟମ ନମ୍ବରରେ ଡ୍ୟାନ୍ସ କରିବାକୁ ଅଫର ମିଳିଥିଲା। ଏ ନେଇ କିଛି ଦିନ ବିଚାର ବିମର୍ଷ କରିବା ପରେ ସେ ଅଫରଟିକୁ ହାତଛଡା କରିଥିଲେ। ଏପରି କି ଏହି ଡ୍ୟାନ୍ସ ପାଇଁ ତାଙ୍କୁ ମନ ମୁତାବକ ପାରିଶ୍ରମିକ ମିଳିଥାଆନ୍ତା। ହେଲେ ଗୀତଟିକୁ ନେଇ ସେ ଅଡୁଆରେ ପଡିଯାଇଥିଲେ। କାରଣ ଏଥିରେ ତାଙ୍କୁ କେତୋଟି ଗରମା ଗରମ ଶଟ୍‌ ଦେବାକୁ ପଡିଥାଆନ୍ତା। ତାକୁ ନେଇ କି ନିଷ୍ପତ୍ତି ନେବେ ସେ ନେଇ ପ୍ରଯୋଜନା ସଂସ୍ଥା ନିକଟରୁ କିଛି ଦିନ ସମୟ ମଧ୍ୟ ନେଇଥିଲେ। ଏ ନେଇ ପରିଣିତି କହନ୍ତି, ”ଏହି ଆଇଟମ୍‌ ନମ୍ବରର କେତୋଟି ଶଟ୍‌ ମୋ ପାଇଁ ଟେନସନ ସାଜିଥିଲା। ଶେଷରେ ଉପାୟଶୂନ୍ୟ ହୋଇ ମନା କରିଦେଲି। ହେଲେ ଏବେ ଭାବୁଛି ଯଦି ମୁଁ ରାଜି ହୋଇଥାଆନ୍ତି, ତେବେ ଗୀତଟି ମୋତେ ନିଶ୍ଚୟ କେତେକାଂଶରେ ମାଇଲେଜ ଦେଇଥାଆନ୍ତା। ଏବେ ତ ସବୁକିଛି ଶେଷ ହୋଇଗଲାଣି। କେବଳ ସେ କଥା ଭାବି ଅନୁତାପ କରିବା ହିଁ ସାର।“

Share