‘ତୁମେ ପାଖରେ ଥିଲେ ପ୍ୟାରିସ୍‌ ସୁନ୍ଦର ଲାଗେ’

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ତଥା ଲୋକପ୍ରିୟ ଗାୟିକା ନେହା କକ୍କରଙ୍କୁ କିଏବା ନ ଜାଣେ। ତାଙ୍କର ଫଟୋ, ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଚୁଲବୁଲି ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତେବେ ନିକଟରେ ନେହା ତାଙ୍କ ସ୍ବାମୀ ରୋହନ ପ୍ରୀତ୍‌ ସିଂହଙ୍କ ସହ ପ୍ୟାରିସ୍‌ରେ ନଜର ଆସିଛନ୍ତି । ତେବେ ପ୍ୟାରିସ୍‌ ଭ୍ୟାକେସନର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନେହା ଏବଂ ରୋହନପ୍ରୀତ ଏକ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି।

ତେବେ ଫଟୋ ଶେୟାର କରି ନେହା କ୍ୟାପ୍‌ଶନରେ ଲେଖିଛନ୍ତି ଯେ, ‘ତୁମେ ପାଖରେ ଥିଲେ ପ୍ୟାରିସ୍‌ ବହୁତ ସୁନ୍ଦର ଲାଗେ ’। ଏହି ପୋଷ୍ଟରେ ଦୁହେଁ ବହୁତ ସୁନ୍ଦର ଲାଗୁଛନ୍ତି। ଏହା ତାଙ୍କର ପ୍ରଥମ ଫଟୋ ନୁହେଁ, ଏହା ପୂର୍ବରୁ ମଧ୍ୟ ସେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।

Share