Posted inଖେଳ

ଫାଇନାଲରେ ଭିନେଶ ଫୋଗଟ; ପଦକ ପକ୍କା

ନୂଆଦିଲ୍ଲୀ,୬।୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଟୋକିଓ ବିଫଳତାକୁ ପଛରେ ପକାଇ ଭିନେଶ ସୋମବାର ଲଢୁଆ ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ ଭିନେଶ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍‌ର ଓକସାନା ଲିଭାଚ୍‌ଙ୍କୁ ହରାଇଥିଲେ ଭିନେଶ।

ସେମି ଫାଇନାଲରେ କ୍ୟୁବାର ୟୁସନେୟୁସ ଗଜମାନଙ୍କୁ ୫-୦ରେ ଏକପାଖିଆ ଭାବରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗଜମାନ ପ୍ରଥମ ୩ ମିନିଟରେ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭିନେଶ ଡିଫେଣ୍ଡ କରିଥିଲେ। ତେବେ ଦ୍ୱିତୀୟ ସେଟରେ ଭିନେଶ କାଉଣ୍ଟର ଆଟାକ୍‌ କରିବା ସହ ୪ ପଏଣ୍ଟ ଅର୍ଜନ କରିଥିଲେ । ଫଳରେ ଚଳିତ ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ପକ୍କା କରିଛି।

ପ୍ରଥମ ମ୍ୟାଚ୍‌ରେ ଅଲିମ୍ପିକ୍ସର ଡିଫେଣ୍ଡିଂ ଚାମ୍ପିୟନ ତଥା ୪ ଥର ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ ଭିନେଶ। ୫ ମିନିଟ ୫୫ ସେକେଣ୍ଡ ପର୍ଯ୍ୟନ୍ତ ଭିନେଶ ୦-୨ରେ ପଛୁଆ ରହିଥିଲେ। ଉଭୟ ଖେଳାଳି ମାତ୍ରାଧିକ ରକ୍ଷଣାତ୍ମକ ଭଙ୍ଗୀ ଆପଣେଇଥିବା ବେଳେ ଭିନେଶ ପାସିଭିଟି ପେନାଲ୍ଟିରେ ୨ ପଏଣ୍ଟ ହରାଇଥିଲେ। ତେବେ ମ୍ୟାଚ୍‌ ଶେଷ ହେବାକୁ ୫ ସେକେଣ୍ଡ ବାକି ଥିବା ବେଳେ ଏକ ଚମତ୍କାର ମୁଭ୍‌ ଜରିଆରେ ସୁସାକିଙ୍କୁ ଚକ୍‌ମା ଦେଇଥିଲେ ଭିନେଶ। ୩ ପଏଣ୍ଟ ଅର୍ଜନ କରିବା ସହିତ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

ପରବର୍ତ୍ତୀ ମ୍ୟାଚ୍‌ରେ ୟୁରୋ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଓକସାନା ଲିଭାଚ୍‌ଙ୍କୁ ୭-୫ ପଏଣ୍ଟରେ ହରାଇଥିଲେ ଭିନେଶ। ଆରମ୍ଭରୁ ଭିନେଶ ୨-୦ରେ ଅଗ୍ରଣୀ ହାସଲ କରିଥିବା ବେଳେ ଲିଭାଚ୍‌ ଏହାକୁ ୫-୪କୁ ହ୍ରାସ କରିଥିଲେ। ତେବେ ଭିନେଶ ଚମତ୍କାର ପ୍ରଦର୍ଶନ ଜରିଆରେ ୭-୫ରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି...

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri