Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଘାଟନୀ ସମାରୋହ: ଆକର୍ଷଣରେ ଲେଡି ଗାଗା, ସେଲିନ୍‌ ଡିଅନ, ଆୟା

ପ୍ୟାରିସ୍‌,୨୬ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଥର ପାଇଁ ମୁକ୍ତାକାଶରେ ଏକ ନଦୀ ଉପରେ ୬ କି.ମି. ଯାଏ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ତଥା ଭାରତୀୟ ସମୟ ରାତି ୧୧.୦୦ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଥିଏଟର ନିର୍ଦ୍ଦେଶକ ଥୋମାସ ଜଲି ଏହି ମୁକ୍ତାକାଶ କାର୍ଯ୍ୟକ୍ରମରେ ସିନ୍‌ ନଦୀକୁ ମଞ୍ଚ ଭାବରେ ବ୍ୟବହାର କରିବେ। ସୂର୍ଯ୍ୟାସ୍ତ ସମୟରେ ଉଦ୍‌ଘାଟନୀ ସମାରୋହ କରାଯିବା ସହ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଫ୍ରାନ୍ସବାସୀଙ୍କୁ ସେମାନଙ୍କ ଇତିହାସ ସମ୍ପର୍କରେ ସୂଚିତ କରାଯିବ। ଉଦ୍‌ଘାଟନୀ ସମାରୋହରେ ଆମେରିକୀୟ ଗାୟିକା ଲେଡି ଗାଗା, କାନାଡିଆନ୍‌ ଗାୟିକା ସେଲିନ୍‌ ଡିଅନ୍‌ ଓ ଫ୍ରେଞ୍ଚ ମାଲିଆନ୍‌ ଗାୟିକା ଆୟା ନାକାମୁରା ସଙ୍ଗୀତ ପରିବେଷଣ କରିବେ ବୋଲି ଜଣାପଡିଛି।

ଖେଳାଳିଙ୍କ ପାଇଁ ଅନୁଷ୍ଠିତ ପରେଡ୍‌ରେ ଭାରତୀୟ ଖେଳାଳିଙ୍କ ନେତୃତ୍ୱ ନେବେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସଟଲର ପି.ଭି. ସିନ୍ଧୁ ଓ ଭେଟେରାନ୍‌ ଟେବୁଲ ଟେନିସ୍‌ ଖେଳାଳି ଅଚନ୍ତା ଶରଥ କମଲ। ଉଭୟ ନିଜ କ୍ରୀଡ଼ା ବର୍ଗର ପ୍ରଥମ ଆଥଲେଟ୍‌ ଭାବରେ ଧ୍ୱଜାବାହକ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ ଅଲିମ୍ପିକ୍ସ ପାଇଁ ଭାରତ ୧୧୭ ଜଣିଆ ଆଥଲେଟିକ୍ସ ଦଳ ପଠାଇଥିବା ବେଳେ ୧୬ କ୍ରୀଡ଼ା ଇଭେଣ୍ଟର ୬୯ ପଦକ ପାଇଁ ଖେଳାଳି ମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ସୁରକ୍ଷାକୁ ନେଇ ଚିନ୍ତା

ଅତୀତରେ ଫ୍ରାନ୍ସରେ ଭୟାବହ ଆକ୍ରମଣ ଘଟିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମାନ୍ୟ ଚିନ୍ତା ରହିଛି। ୨୦୧୫ରେ ଇସଲାମିକ୍‌ ଷ୍ଟେଟର ଆତଙ୍କବାଦୀଙ୍କ ଆକ୍ରମଣ କାରଣରୁ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଥିବା ବେଳେ ୧୦,୫୦୦ ଆଥଲେଟ ଓ ଭ୍ରମଣକାରୀ ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁକ୍ତାକାଶରେ ଇଭେଣ୍ଟ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ପ୍ୟାରିସ୍‌ ସେନା ଛାଉଣିରେ ପରିଣତ ହୋଇଯାଇଛି। ୪୫ ହଜାର ପୋଲିସ କର୍ମୀଙ୍କ ସହିତ ୧୦ ହଜାର ମିଲିଟାରୀ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସାଧାରଣତଃ ଅଲିମ୍ପିକ୍ସରେ କ୍ରୀଡ଼ାଗ୍ରାମରେ ସମସ୍ତ ଇଭେଣ୍ଟ ହୋଇଥାଏ। ତେବେ ପ୍ୟାରିସ୍‌ରେ ଏହାର ବିଭିନ୍ନ ଐତିହାସିକ ସ୍ଥଳକୁ ଅସ୍ଥାୟୀ ଷ୍ଟାଡିୟମରେ ପରିଣତ କରାଯାଇଛି। ଏଭଳି ସ୍ଥାନରେ ଲୋକଙ୍କ ଭିଡ଼ ସୁରକ୍ଷା ଜନିତ ସମସ୍ୟା ସୃଷ୍ଟି କରିପାରେ। ସେହିପରି ସୁରକ୍ଷାରେ ଏଆଇର ବ୍ୟବହାର ହୋଇଥିବାରୁ ଏହାକୁ ନେଇ ମଧ୍ୟ ସାମାନ୍ୟ ଚିନ୍ତା ଜାହିର କରିଛନ୍ତି କ୍ରୀଡ଼ାପ୍ରେମୀ।
ପ୍ରଥମ ଥର ସମାନ ସଂଖ୍ୟାରେ ମହିଳା

ଅତୀତରେ ଅଲିମ୍ପିକ୍ସକୁ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ା ଇଭେଣ୍ଟ ଭାବରେ ବିବେଚନା କରାଯାଉଥିଲା। ୧୯୦୦ ମସିହାରେ ପ୍ୟାରିସ୍‌ରେ ଖେଳା ଯାଇଥିବା ଅଲିମ୍ପିକ୍ସରେ ୨୨ ଜଣ ମହିଳା ଆଥଲେଟ ଭାଗ ନେଇଥିଲେ। ତେବେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ପୁରୁଷ ଓ ମହିଳା ଖେଳାଳିଙ୍କ ସଂଖ୍ୟା ସମାନ ରହିଛି। ୫୨୫୦ ଜଣ ଲେଖାଏ ପୁରୁଷ ଓ ମହିଳା ଖେଳାଳି ଏଥର ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri