Posted inଖେଳ

ଅଲିମ୍ପିକ୍ସରୁ ବାଦ୍‌ ପଡିଲେ ଭିନେଶ ଫୋଗଟ: ଫିଟିଲା ଏହି ଖେଳାଳିଙ୍କ ଭାଗ୍ୟ, ଖେଳିବେ ଫାଇନାଲ

ପ୍ୟାରିସ୍‌,୭।୮: ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଫୋଗଟ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ ତାରକା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ମ୍ୟାଚ ପୂର୍ବରୁ ତାଙ୍କର ମାତ୍ର ୧୦୦ ଗ୍ରାମ ଓଜନ ବଢି ଯାଇଥିଲା। ଏବଂ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଚମତ୍କାର ପ୍ରଦର୍ଶନ କରିଥିଲେ। ମଙ୍ଗଳବାର ଦିନ ଖେଳାଯାଇଥିବା କ୍ରମାଗତ ତିନୋଟି ମ୍ୟାଚରେ ସେ ଏକ ବଡ଼ ବିଜୟର ହାସଲ କରିଥିଲେ। ପ୍ରଥମ ମ୍ୟାଚ ସବୁଠୁ ବଡ ବୋଲି ବିବେଚନା କରାଯାଉଥିଲା। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ। ସେମିଫାଇନାଲରେ ସେ ଏକପାଖିଆ ମ୍ୟାଚରେ କ୍ୟୁବା ରେସଲର ଇଉସେଲିସ ଗୁଜମାନ ଲୋପେଜଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଅଧିକ ଓଜନ ହେତୁ ଅଯୋଗ୍ୟ ହେବା ପରେ ସେମିଫାଇନାଲରେ ଭିନେଶ ଫୋଗାଟଙ୍କୁ ହରାଇଥିବା ରେସଲର ଫାଇନାଲରେ ଖେଳିବାର ସୁଯୋଗ ପାଇବେ। ସୁନା ପଦକ ଜିତିବା ପାଇଁ କ୍ୟୁବାର ରେସଲର ଇଉସେଲିସ ଗୁଜମାନ ଲୋପେଜ ବର୍ତ୍ତମାନ ଆମେରିକାର ସାରା ହିଲଡବ୍ରାଣ୍ଡଙ୍କ ବିପକ୍ଷରେ ଖେଳିବେ।

ବୁଧବାର ଓଜନ ହ୍ରାସ କରିବାରେ ଭିନେଶ ଅସମର୍ଥ ହେବା ପରେ ଗୁଜମାନ ସ୍ବର୍ଣ୍ଣ ପଦକ ମ୍ୟାଚ ପାଇଁ ସେ ଫୋଗଟଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ।
ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ମହିଳା ଭାରତୀୟ ରେସଲର ଭାବରେ ଭିନେଶ, ଗୁଜମାନ ଲୋପେଜଙ୍କୁ 5-0 ରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

ଦ୍ୱିତୀୟ ଟେଷ୍ଟରେ ପୁଣି ଭାରତର ବ୍ୟାଟିଂ ବିପର୍ଯ୍ୟୟ; ୧୫୬ ରେ ଅଲଆଉଟ

ପୁଣେ,୨୫ା୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ।...

ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

ପୁଣେ,୨୫ା୧୦: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡି...

ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ...

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri