Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ: ଚାଇନାକୁ ପ୍ରଥମ ସ୍ବର୍ଣ୍ଣ ପଦକ

ପ୍ୟାରିସ୍‌, ୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ର ପଦକ ଇଭେଣ୍ଟ ଶନିବାର ଆରମ୍ଭ ହୋଇଛି। ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଚାଇନା। ଚାଟେଉରକ୍ସଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲରେ ଦକ୍ଷିଣ କୋରିଆକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି ଚାଇନା ପ୍ରତିଯୋଗୀ। ଫାଇନାଲରେ ଚାଇନା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ହ୍ବାଙ୍ଗ ୟୁଟିଙ୍ଗ୍‌ ଓ ଶେଙ୍ଗ ଲିହାଓ। ଏହି ଯୋଡ଼ି ଫାଇନାଲରେ କୋରିଆର କେଉମ ଜିହ୍ୟୁନ ଓ ପର୍କ ହାଜୁନଙ୍କୁ ପରାସ୍ତ କରିଥିଲେ।

କେଉମ ଓ ପର୍କ ପ୍ରଥମ ରାଉଣ୍ଡରେ ୨୦.୬-୨୦.୩ ପଏଣ୍ଟ ସ୍କୋର କରି ଅଗ୍ରଣୀ ହାସଲ କରିଥିଲେ। ମାତ୍ର ହ୍ବାଙ୍ଗ ଓ ଶେଙ୍ଗ ପରବର୍ତ୍ତୀ ୩ ରାଉଣ୍ଡ ଜିତି ୬-୨ରେ ଅଗ୍ରଣୀ ନେଇଥିଲେ। ତେବେ କୋରିଆ ଶୁଟରମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାରୁ ସ୍କୋର ଏକଦା ୮-୧୪ ହୋଇଯାଇଥିଲା। ତେବେ ଚାଇନିଜ୍‌ ଯୋଡ଼ି ଧୈର୍ଯ୍ୟର ସହ ଶୁଟ୍‌ କରି ୧୬-୧୨ରେ ବିଜୟ ହାସଲ କରିଥିଲେ।

ଟୋକିଓ ଅଲିମ୍ପିକ୍ସରେ ଚାଇନିଜ୍‌ ଯୋଡ଼ି ୟାଙ୍ଗ କ୍ୱାନ ଓ ୟାଙ୍ଗ ହାଓରାନ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ଅଲିମ୍ପିକ୍ସର ଏହି ଇଭେଣ୍ଟରେ ଚାଇନା ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇଛି। ପ୍ୟାରିସ୍‌-୨୦୨୪ରେ ପ୍ରଥମ ପଦକ କିନ୍ତୁ ଜିତିଥିଲା କାଜାଖସ୍ତାନ। କାରଣ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲ ପୂର୍ବରୁ ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଆଲେକକ୍ସାଣ୍ଡ୍ରା ଲୀ ଓ ଇସ୍‌ଲାମ ସତପେଭ ଜର୍ମାନୀର ଆନା ଜାନସେନ ଓ ମାକ୍ସିମିଲିଆନ ଉଲବ୍ରିଚ୍‌ଙ୍କୁ ୧୭-୫ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ

ଡର୍ବାନ, ୮।୧୧: ସ୍ଥାନୀୟ କିଙ୍ଗ୍ସ ମିଡ୍‌ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର...

ଦକ୍ଷିଣ ଆଫ୍ରିକାରେ ସାମସନ୍ ଝଡ଼; ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଡର୍ବାନରେ ଖେଳାଯାଇଛି। ଏହି ମ୍ୟାଚରେ ଟସ୍...

ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ

ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ...

ହୋଇଗଲା ନିଷ୍ପତ୍ତି! ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ ଭାରତ, ଜାଣନ୍ତୁ କେଉଁଠି ହେବ ମ୍ୟାଚ

ନୂଆଦିଲ୍ଲୀ,୮।୧୧: ଚାମ୍ପିୟନ୍ସ ଟ୍ରଫି ୨୦୨୫ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପାକିସ୍ତାନ କ୍ରିକେଟ ବୋର୍ଡକୁ ଟିମ ଇଣ୍ଡିଆ ଏକ ବଡ ଝଟକା ଦେଇଛି।...

ବାପା ହେଲେ ଟ୍ରାଭିସ ହେଡ୍‌

ସିଡନୀ,୮।୧୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍‌ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ହେଡ୍‌ଙ୍କ ପତ୍ନୀ ଜେସିକା ଡେଭିସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି।...

ସଚିନଙ୍କ ଗୋଡ଼ ତଳେ ପଡ଼ିଗଲେ କୋହଲି: ଖୋଲିଲା ସବୁ ଗୁମର

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ଜଣେ ମଜାଳିଆ ବ୍ୟକ୍ତିତ୍ୱ। ପଡ଼ିଆରେ ହେଉ କି ପଡ଼ିଆ ବାହାରେ ତାଙ୍କ ମଜାଳିଆ ଭିଡିଓ...

ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ଏହି କଥାରେ ହେଲା ରାଜି

ନୂଆଦିଲ୍ଲୀ,୮।୧୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ। କିନ୍ତୁ ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ମ୍ୟାଚ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ ଟିମ୍‌...

ସନ୍ନ୍ୟାସ ନେବେ ଦିନିକିଆର ନମ୍ବର ୧ ଅଲରାଉଣ୍ଡର, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri