Categories: ଖେଳ

ଉନ୍ମୋଚିତ ହେଲା ପ୍ୟାରିସ୍‌ ଅଲିମ୍ପିକ୍ସ ମାସ୍କଟ

ପ୍ୟାରିସ୍‌,୧୪ା୧୧: ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ମାସ୍କଟ ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାଇଁ ଫ୍ରିଜିଆନ୍‌ କ୍ୟାପ୍‌କୁ ଅଲିମ୍ପିକ୍ସ ମାସ୍କଟ ଭାବରେ ଘୋଷଣା କରାଯାଇଛି। ପାରମ୍ପରିକ ଭାବେ ପଶୁ ପକ୍ଷୀଙ୍କୁ ମାସ୍କଟ ଘୋଷଣା କରାଯାଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଫ୍ରିଜିଆନ୍‌ ଟୋପିର ପ୍ରତୀକକୁ ମାସ୍କଟ ଭାବେ ଗ୍ରହଣ କରାଯାଇଛି। ଆଧୁନିକ ଫ୍ରାନ୍ସ ଏବଂ ପ୍ରାଚୀନ ବିଶ୍ୱ ମଧ୍ୟରେ ରହିଥିବା ସମ୍ପର୍କକୁ ସ୍ଥାପନ କରିବା ପାଇଁ ଏହି ମାସ୍କଟ ରଖାଯାଇଥିବା ଆୟୋଜକ କମିଟି ନିର୍ଦ୍ଦେଶକ ଜୁଲି ମାଟିଖିନେ ପ୍ରକାଶ କରିଛନ୍ତି।

କୋନ୍‌ ଆକୃତିର ଏହି ଟୋପିକୁ ପର୍ସିଆ, ବାଲକାନ୍ସ, ଥ୍ରେସ୍‌, ଡାସିଆ ଓ ଫ୍ରିଜିଆର ଅଧିବାସୀ ପରିଧାନ କରନ୍ତି। ଫରାସୀ ବିପ୍ଲବ ପରଠାରୁଏହି ଟୋପିକୁ ସ୍ବାଧୀନତାର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଅଲିମ୍ପିକ୍ସ ମାସ୍କଟ ରହିଥିବା ତ୍ରିଭୁଜ ଆକାରର ଏହି ଟୋପିରେ ଏକ ସ୍ମାଇଲି ରହିଥିବା ବେଳେ ନୀଳ ଆଖି ଓ ତିନିରଙ୍ଗର ରିବନ୍‌ ରହିଛି। ଅନ୍ୟପକ୍ଷେ ପାରା ଅଲିମ୍ପିକ୍ସ ନିମନ୍ତେ ସମାନ ଡିଜାଇନର ମାସ୍କଟ ରହିଥିବା ବେଳେ ଏଥିରେ କେବଳ କୃତ୍ରିମ ଗୋଡ଼ ଲଗାଯାଇଛି।ଫ୍ରିଜିଆନ୍‌ କ୍ୟାପ୍‌କୁ ଅଲିମ୍ପିକ୍ସ ମାସ୍କଟ

Share