Posted inଖେଳ

ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ

ପ୍ୟାରିସ,୩୦।୮: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯, ୫୭ ସ୍କୋର କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସେ ୬୦, ୫୭, ୬୦, ୫୯, ୬୦, ୫୯ ସ୍କୋର କରିଥିଲେ। ବର୍ତ୍ତମାନ ତାଙ୍କ ଆଖି ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ଉପରେ ରହିଛି।

ବିନା ହାତରେ ତୀରନ୍ଦାଜ କରୁଥିବା ୧୬ ବର୍ଷୀୟ ଶୀତଲ ଦେବୀ ଓମେନ ଇଣ୍ଡିଭିଜୁଆଲ କପାଉଣ୍ଡ ଆର୍ଚେରୀର କ୍ୱାଲିଫିକେଶନରେ ସମ୍ଭାବ୍ୟ ୭୨୦ମଧ୍ୟରୁ ୭୦୩ ପଏଣ୍ଟ ହାସଲ କରିଛନ୍ତି। ଏହାକରି ସେ ୬୯୮ ପଏଣ୍ଟର ପୂର୍ବ ବିଶ୍ୱ ରେକର୍ଡ ଭାଙ୍ଗିଦେଇଛନ୍ତି। ତଥାପି, ତାଙ୍କର ରେକର୍ଡ ଅଧିକ ସମୟ ଧରି ରହିଲା ନାହିଁ । ତୁର୍କୀଙ୍କ କ୍ୟୁରି ର୍ଗିଡି ଆଉ ଏକ ପଏଣ୍ଟ ସ୍କୋର କରି ଶୀତଲଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଦେଇଥିଲେ।

ସାମଗ୍ରିକ ର଼୍ୟାଙ୍କିଙ୍ଗ ରାଉଣ୍ଡରେ ଶୀତଲ ଦେବୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୩୧ଅଗଷ୍ଟ ରାତି ୯ଟା ସମୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ । ଏହି କାର୍ଯ୍ୟକ୍ରମରେ ଭାରତର ସରିତା ମଧ୍ୟ ଭାଗ ନେଉଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟରେ ୬୮୨ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ...

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri