Posted inUncategorized

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା ସହ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିନ୍ତ କରିଛନ୍ତି ନୀତେଶ କୁମାର। ନୀତେଶ ଜାପାନର ଫୁଜିହାରା ଡାଇସୁକେଙ୍କୁ ୨୧-୧୬ ଓ ୨୧-୧୨ ସେଟରେ ପରାସ୍ତ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ ମ୍ୟାଚ୍‌ଟି ମାତ୍ର ୪୮ ମିନିଟ ଧରି ଚାଲିଥିଲା।

ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ଭେଟିବେ ନୀତେଶ। ଅନ୍ୟ ପକ୍ଷରେ ଏସ୍‌ୟୁ ୫ ବର୍ଗରେ ଭାରତର ମନୀଷା ରାମଦାସ ଓ ତୁଳସୀମତି ମୁରୁଗାସେନ୍‌ ସେମି ଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ବ୍ୟାଡମିଣ୍ଟନରୁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି। ୧୯ ବର୍ଷୀୟ ମନୀଷା ଜନ୍ମରୁ ଇଆରବିସ ପାଲ୍‌ସିରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଡାହାଣ ହାତ ଅଚଳ। କ୍ୱାର୍ଟର ଫାଇନାଲରେ ଜାପାନର ମାମିକୋ ଟୋୟୋଡାଙ୍କୁ ୨୧-୧୩, ୨୧-୧୬ରେ ପରାସ୍ତ କରିଥିଲେ ମନୀଷା।

ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ମନୀଷା ସେମି ଫାଇନାଲରେ ଅନ୍ୟତମ ଭାରତୀୟ ତଥା ଟପ୍‌ସିଡ୍‌ ତୁଳସୀମତି ମୁରୁଗାସେନ୍‌ଙ୍କୁ ଭେଟିବେ। ତୁଳସୀମତି ଶନିବାର ପର୍ତ୍ତୁଗାଲର ବିଟ୍ରିଜ ମଣ୍ଟେରିଓଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଥିଲେ। ପୂର୍ବରୁ ଏସ୍‌ଏଲ୍‌-୪ ବର୍ଗରେ ସୁହାସ ୟଥିରାଜ ଓ ସୁକାନ୍ତ କଦମ ସେମି ଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ପକ୍କା କରିଥିଲେ।

ତେବେ ଏସ୍‌ଏଲ୍‌-୩ ମହିଳା ବର୍ଗରେ ମନଦୀପ୍‌ କୌର ଓ ଏସଏଲ୍‌-୪ ମହିଳା ବର୍ଗରେ ପଲକ କୋହଲି ପରାଜିତ ହୋଇଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ନାଇଜେରିଆର ବୋଲାଜି ମରିୟମ ଏନିଓଲାଙ୍କ ନିକଟରୁ ମାତ୍ର ୨୩ ମିନଟ ସମୟରେ ୮-୨୧ ଓ ୯-୨୧ରେ ପରାଜିତ ହୋଇଥିଲେ ମନଦୀପ। ଅନ୍ୟ ପକ୍ଷରେ ପଲକ ୨୧-୧୯ ଓ ୨୧-୧୫ ସେଟରେ ଇଣ୍ଡୋନେସିଆର ଖଲିମାତୁସ ସାଦିୟାଙ୍କୁ ନିକଟରୁ ହାରି ଯାଇଥିଲେ । ଏହି ମ୍ୟାଚଟି ମାତ୍ର ୨୮ ମିନିଟ ଧରି ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୬୫ ଦିନରେ ୩୫୦ କୋଟି ରୋଜଗାର କରିଛନ୍ତି ଅମିତାଭ ବଚ୍ଚନ: ଜାଣନ୍ତୁ କେତେ ଦେଲେ ଟ୍ୟାକ୍ସ

ହିନ୍ଦୀ ସିନେମାର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଫିଲ୍ମ ସହିତ ନୁହେଁ ବରଂ ତାଙ୍କ ଟିଭି ଶୋ ‘କୌନ ବନେଗା କରୋଡପତି’ ସହିତ ମଧ୍ୟ...

ହଠାତ୍‌ ବଡ଼ ନିଷ୍ପତ୍ତି ନେଇ ଚମକାଇଦେଲେ ଚହଲ, ଏଣିକି…

ନୂଆଦିଲ୍ଲୀ,୧୪।୩: ଭାରତର କିମ୍ବଦନ୍ତୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ...

ଟ୍ରମ୍ପଙ୍କ ସହ ବନ୍ଧୁତା ଯୋଗୁ ବରବାଦ୍‌ ହେଉଛନ୍ତି ଏଲନ ମସ୍କ: ୯ ଲକ୍ଷ କୋଟି ଟଙ୍କା ସହିଲେଣି କ୍ଷତି

ଓ୍ବାଶିଂଟନ୍‌,୧୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ନିକଟତମ ବନ୍ଧୁ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଆଜିକାଲି ତାଙ୍କ ବନ୍ଧୁଙ୍କ କାରଣରୁ...

ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ...

ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ !

ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍‌ ଲାଗି ଏକ ଖରାପ ଖବର...

ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍‌ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ…

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ...

ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଉପରେ ଆକ୍ରମଣ ଉଦ୍ୟମ, ତ୍ରିରଙ୍ଗା ଚିରିଲେ ଖଲିସ୍ତାନୀ ସମର୍ଥକ-Video

ଲଣ୍ଡନ,୬।୩: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ୬ ଦିନିଆ ୟୁକେ ଏବଂ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚାଥାମ ହାଉସରେ ପହଞ୍ଚିବା ପୂର୍ବରୁ...

ହାର୍ଦ୍ଦିକଙ୍କ ବିସ୍ଫୋରକ ଛକା ଦେଖି ଖୁସିରେ ଡେଇଁଲେ ଗର୍ଲଫ୍ରେଣ୍ଡ

ଦୁବାଇ,୫।୩: ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ରନ୍‌ରେ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ଆଉଟ ହେବାବେଳେ ଭାରତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image