ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା ମଧ୍ୟ ଦେଇ ଗାଡ଼ି ଚଳାଚଳ ପାଇଁ ଅନୁମତି ନାହିଁ। କେବଳ ଏଥିରେ ଲୋକମାନେ ଚାଲି କରି ଯାଇପାରିବେ। କେରଳର ପାରମ୍ପରିକ ଘର ମଧ୍ୟରେ ଆଧୁନିକ ପାର୍କ ନିର୍ମାଣର ଏହା ଏକ ଜ୍ୱଳନ୍ତ ଉଦାହରଣ। କେରଳର ପର୍ଯ୍ୟଟନ ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେରଳର କୋଝିକୋଡ ଜିଲାର ଓ୍ବାଦାକରା ନିକଟ କାରାକଡ଼ ଗ୍ରାମରେ ନିର୍ମିତ ଏହି ପାର୍କର ନାମ ଭାଗବତାନନ୍ଦ ପାର୍କ। ଏହାକୁ କେରଳ ପର୍ଯ୍ୟଟନ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ପାର୍କରେ ପକ୍କା ରାସ୍ତା, ସଂଲଗ୍ନ ଉପସାଗର, ସର୍ବୋତ୍ତମ ଇଉରୋପୀୟ ଡିଜାଇନର ଆଲୋକ, ଆଧୁନିକ ଅଟ୍ଟାଳିକା, ଖୋଲା ମଞ୍ଚ, ଖୋଲା ଜିମ୍‌, ବ୍ୟାଡ୍‌ମିଣ୍ଟନ କୋର୍ଟ ଏବଂ ଶିଶୁ ଉଦ୍ୟାନ ରହିଛି। ଦିବ୍ୟାଙ୍ଗମାନେ ପାର୍କର ଉଭୟ ପାର୍ଶ୍ୱରେ ନିର୍ମିତ ଶୌଚାଳୟକୁ ମଧ୍ୟ ଯାଇପାରିବେ। କେବଳ ଏତିକି ନୁହେଁ, ଏହି ପାର୍କର ରାସ୍ତାରେ ଟାଇଲ ଲଗାଯାଇଛି, ଯାହାଦ୍ୱାରା ଦୃଷ୍ଟିହୀନମାନେ ମଧ୍ୟ ଏହି ରାସ୍ତାକୁ ଉପଭୋଗ କରିପାରିବେ।

ଏହି ପାର୍କ ନିର୍ମାଣ ପାଇଁ ୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ତିଆରି କରିବାରେ ଉରାଲଙ୍ଗାଲ ଲେବର କଣ୍ଟ୍ରାକ୍ଟର କୋଅପରେଟିଭ୍‌ ସୋସାଇଟି ସାହାଯ୍ୟ କରିଛି। ଏହି ସମାଜ ଭଗବତାନନ୍ଦ ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୋସିଆଲ ମିଡିଆରେ ଏହି ପାର୍କର ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖିବା ପାଇଁ ଉତ୍ସାହିତ ହେଉଛନ୍ତି। ଅନେକ ଲୋକ ନିଜ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।

 

Share