ଆବର୍ଜନା ପାହାଡ଼ରେ ପାର୍କ

ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍‌ ଅଳିଆ ଆବର୍ଜନା ଆସିଥାଏ। ଗତ ୫୦ ବର୍ଷରେ ଏଠାରେ ଆବର୍ଜନାର ଅନେକ ପାହାଡ଼ ତିଆରି ହୋଇଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ବିଚିତ୍ର ଉପାୟ ଆପଣାଯାଇଛି। ଏହି ପରିତ୍ୟକ୍ତ ଆବର୍ଜନା ପାହାଡ଼ଗୁଡ଼ିକୁ ସମତଳ କରି ପାର୍କ ନିର୍ମାଣ କରାଯାଉଛି। ପରିବେଶକୁ ଦୂଷିତ ହେବାରୁ ରକ୍ଷା କରିବା ପାଇଁ ଆବର୍ଜନା ପାହାଡ଼ ଆଖପାଖରେ ଏକ ପ୍ରାଚୀର ଦେବା ପର୍ଯ୍ୟାପ୍ତ ହେବ ନାହିଁ। ଏଠାରେ ଭୂସଂସ୍କାର ପାଇଁ ଅନେକ ପଦକ୍ଷେପ ନେବାକୁ ପଡ଼ିବ। ବିଶେଷଜ୍ଞଙ୍କ ମତରେ ୟୁରୋପରେ ଆବର୍ଜନାରୁ ବାହାରୁଥିବା ପାଣିକୁ ପିଇବାଯୋଗ୍ୟ କରାଯାଉଛି। ଖୁବ୍‌ ଶୀଘ୍ର ମସ୍କୋରେ ମଧ୍ୟ ଏପରି କରାଯିବ। ୫ ବର୍ଷରେ ଅଳିଆଗଦା ସ୍ଥାନରେ ପାର୍କ କିମ୍ବା ସ୍କି ରିସର୍ଟ ଦେଖିବାକୁ ମିଳିବ। ଏଥିରୁ ସ୍ବଚ୍ଛ ପରିବେଶ ଓ ଉନ୍ନତ ଇକୋ ସିଷ୍ଟମ୍‌ ମିଳିବ।

Share