ଦୁନିଆରେ ଏପରି କିଛି ଦେଶ ଅଛି, ଯାହା ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତି ଦେଶ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଥିବା କିଛି ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏପରି ସ୍ବତନ୍ତ୍ର ଦେଶ ହେଉଛି ପର୍ତ୍ତୁଗାଲ। ଫୁଟବଲ ଖେଳୁଥିବା ବିଶ୍ୱର ସର୍ବଶ୍ରେଷ୍ଠ ଦଳ ଭାବରେ ପର୍ତ୍ତୁଗାଲ ବି ସ୍ଥାନ ପାଇଛି। ଜାଣନ୍ତୁ ଏହି ଦେଶର କିଛି ରହସ୍ୟ ସମ୍ପର୍କରେ…
୧୧୨୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲ ପ୍ରତିଷ୍ଠିତ ହୋଇଥିଲା। ଏହା ୟୁରୋପର ସର୍ବ ପୁରାତନ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ପର୍ତ୍ତୁଗାଲରେ ଏପରି ଏକ ପାର୍କ ରହିଛି, ଯାହା ପାଣି ଭିତରେ ନିର୍ମିତ ହୋଇଛି। ଏହା ବିଶ୍ୱର ସର୍ବ ବୃହତ କୃତ୍ରିମ ପାର୍କରେ ଗଣନା କରାଯାଏ। ଏହି ପାର୍କକୁ ‘ଓସେନ ରିଭାଇଭାଲ ଅଣ୍ଡର ଓ୍ବାଟର ପାର୍କ’ କୁହାଯାଏ। ଏଠାକୁ ପର୍ଯ୍ୟଟକମାନେ ଆସି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି।
ସେହିପରି ପର୍ତ୍ତୁଗାଲର ରାଜଧାନୀ ଲିସ୍ବନରେ ଏକ ବ୍ରିଜ ରହିଛି ଯାହା ବିଶ୍ୱର ସବୁଠୁ ଲମ୍ବା ବ୍ରିଜ୍ ଅଟେ। ଏହାର ଲମ୍ବ ୧୭୦୦୦ ମିଟରରୁ ଅଧିକ। ଏହାର ନାମ ଭାସ୍କୋଡାଗାମା ବ୍ରିଜ୍।