Categories: ଜାତୀୟ

ସଂସଦରେ ମଣିପୁର ଝଡ: ଶୁକ୍ରବାର ଯାଏ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଉତ୍ତେଜନା କାରଣରୁ ସଂସଦର ପ୍ରକ୍ରିୟା ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଉତ୍ତେଜନା ଜାରି ରହିଥିବାରୁ ଶୁକ୍ରବାର ସକାଳ ୧୧ଟା ପର୍ଯ୍ୟନ୍ତ ଉଭୟ ଗୃହକୁ ସ୍ଥଗିତ ରଖାଯାଇଛି।

Share