ପାର୍ଲାମେଣ୍ଟରେ ସମଲିଙ୍ଗୀ ବିବାହ ବିଲ୍‌କୁ ମଞ୍ଜୁରୀ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ସମଲିଙ୍ଗୀ ବିବାହକୁ ସୁରକ୍ଷା ଦେବା ଲାଗି ଅଣାଯାଇଥିବା ବିଲ୍‌କୁ ପାର୍ଲାମେଣ୍ଟ ମଞ୍ଜୁରୀ ପ୍ରଦାନ କରିଛି। ସମଲିଙ୍ଗୀ ବିବାହକୁ ଦେଶବ୍ୟାପୀ ସ୍ବୀକୃତି ଦେବା ନେଇ ଆନ୍ଦୋଳନ ଚାଲିଥିବାବେଳେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ସମାଜର ରକ୍ଷଣଶୀଳ ମନୋଭାବରେ ପରିବର୍ତ୍ତନର ପ୍ରତିଫଳନ ବୋଲି କୁହାଯାଉଛି।

ସମଲିଙ୍ଗୀ ବିବାହକୁ ସବୁ ରାଜ୍ୟ ସ୍ବୀକୃତି ଦେବା ନିମନ୍ତେ ଆବଶ୍ୟକ ଦସ୍ତାବିଜ୍‌ରେ ତୁରନ୍ତ ସ୍ବାକ୍ଷର କରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ୨୦୧୫ରେ ଆମେରିକା ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ବୈଧ କରିବା ପରେ ଏଭଳି ବିବାହ କରିଥିବା ଲକ୍ଷାଧିକ ଦମ୍ପତି ପାର୍ଲାମେଣ୍ଟର ନିଷ୍ପତ୍ତିରେ ଆଶ୍ୱସ୍ତ ହୋଇଛନ୍ତି।

Share