Categories: ଜାତୀୟ

ସଂସଦ ଅଚଳ…

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ପେଗାସସ୍‌, କୃଷି ଆଇନ ଏବଂ ଦରଦାମ୍‌ ବୃଦ୍ଧିକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ଗୁରୁବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଉତ୍ତେଜନା ଯୋଗୁଁ ଲୋକ ସଭା ଓ ରାଜ୍ୟ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକ ସଭାର ଶୂନ୍ୟକାଳରେ ପେଗାସସ୍‌ ପ୍ରସଙ୍ଗରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେହିପରି ରାଜ୍ୟ ସଭାରେ ମଧ୍ୟ ଅଚଳାବସ୍ଥା ଜାରି ରହିଥିଲା।

Share