Posted inଜାତୀୟ

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ ଲାଭ କରିଥିଲା। ଏହି ସମୟ ମଧ୍ୟରେ ମୋଟ ୨୩ଟି ବିଲ୍‌ ଗୃହୀତ ହୋଇଥିବା ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ ଲୋକ ସଭାରେ ୧୭ଟି କାର୍ଯ୍ୟଦିବସରେ ମୋଟ ୪୪ ଘଣ୍ଟା ୧୫ ମିନିଟ ପାଇଁ ଚାଲିଥିଲା। ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ୧୯ ଘଣ୍ଟା ୫୯ ମିନିଟ ଆଲୋଚନା ହୋଇଥିଲା ଓ ସମୁଦାୟ ୬୦ ସଦସ୍ୟ ଏଥିରେ ଭାଗ ନେଇଥିଲେ। ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଥିଲା। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ବିଲ୍‌, ଡିଜିଟାଲ ପର୍ସନାଲ ଡେଟା ପ୍ରୋଟେକ୍‌ଶନ ବିଲ୍‌, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍‌, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ସମେତ ମୋଟ ୨୩ ବିଲ୍‌ ଗୃହୀତ ହୋଇଥିଲା। ୫୬ ପ୍ରତିଶତ ବିଲ୍‌ ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା। ପ୍ରାୟତଃ ବିଲ୍‌ ଆଗତ ହେବାର ୮ ଦିନ ମଧ୍ୟରେ ଗୃହୀତ ହୋଇଥିଲା। ଆଗତ ବିଲ୍‌ ମଧ୍ୟରୁ ୩ଟିକୁ କମିଟିର ଅନୁଧ୍ୟାନ ପାଇଁ ପଠାଯାଇଥିଲା। ପାସ୍‌ ହୋଇଥିବା ୨୩ ବିଲ୍‌ ମଧ୍ୟରୁ ୭ଟିକୁ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିଥିଲା ବୋଲି ପିଆର୍‌ଏସ୍‌ କହିଛି। ଦିଲ୍ଲୀ ସେବା ବିଲ୍‌ ଉପରେ ଲୋକ ସଭାରେ ସର୍ବାଧିକ ୪ ଘଣ୍ଟା ୫୪ ମିନିଟ ଏବଂ ରାଜ୍ୟ ସଭାରେ ୮ ଘଣ୍ଟା ଆଲୋଚନା ହୋଇଥିଲା। ଡିଜିଟାଲ ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ୫୬ ମିନିଟ ଏବଂ ରାଜ୍ୟ ସଭାରେ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା ହୋଇଥିଲା। ସିଜିଏସ୍‌ଟି ଏବଂ ଆଇଜିଏସ୍‌ଟି ସଂଶୋଧନ ବିଲ୍‌ ମାତ୍ର ୨ ମିନିଟରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ଏବଂ ନ୍ୟାଶନାଲ ଡେଣ୍ଟାଲ କମିଶନ ଗଠନ ଲାଗି ଅଣାଯାଇଥିବା ବିଲ୍‌ ୩ ମିନିଟରେ ଗୃହୀତ ହୋଇଥିଲା। ରାଜ୍ୟ ସଭାରେ କ୍ରମାଗତ ୩ ଦିନରେ ୧୦ ବିଲ୍‌କୁ ଅନୁମୋଦନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ପଳାଇବ ନାଗରିକତ୍ୱ! କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୧୧: ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ହୋଇଗଲା ଫାଇନାଲ: ଏହି ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ,! ଶିନ୍ଦେଙ୍କୁ ମିଳିବ…

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଜୟ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ରହିଛି। ଏ ପର୍ଯ୍ୟନ୍ତ ନୂତନ ସିଏମ୍‌ଙ୍କ ନାଁ...

ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି।...

ପୁଣି ଆସୁଛି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!

ଭୁବନେଶ୍ୱର,୨୬।୧୧: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ...

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟ ସଭାରେ ବି ହୋଇଗଲା ବଡ଼ ଖେଳ, ଏହିସବୁ ବଡ଼ ନେତା ଯାଇପାରିବେନି ସଂସଦ!

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଚାଲିଲାନି ମହାବିକାଶ ଅଗାଡିର ରଣନୀତି। ତିନିଦଳର ସବୁ କୌଶଳ ଫସା ପଡିଲା। ଏବେ ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ପରେ ସଙ୍କଟରେ ଏମଭିଏ। ବିଧାନସଭା...

ଆଜି ବି’ ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ, ୨୬/୧୧

ମୁମ୍ବାଇ,୨୬।୧୧: ଆଜି ବି’ ମନେପଡିଲେ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀଙ୍କ ସଂହାରଲୀଳା। ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳି ଥିଲେ ରକ୍ତର ହୋଲି। ପାକିସ୍ତାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri