Categories: ଜାତୀୟ

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସଂସଦ ଅଚଳ, ରାଜ୍ୟ ସଭା ମୁଲତବୀ…

ନୂଆଦିଲ୍ଲୀ,୩।୮: ବିରୋଧୀ ଦଳଙ୍କ ପକ୍ଷରୁ ଦରଦାମ୍‌ ବୃଦ୍ଧି, ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଆଦି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ମୌସୁମୀ ଅଧିବେଶନରେ ଲୋକ ସଭା ଏବଂ ରାଜ୍ୟ ସଭାର ସାଧାରଣ କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ। ମଙ୍ଗଳବାର ବିରୋଧୀଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ତେବେ ଲୋକ ସଭାରେ ବିରୋଧୀଙ୍କ ହଙ୍ଗମା ସତ୍ତ୍ୱେ ଗୃହର କାର୍ଯ୍ୟ ଜାରି ରହିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ କରୋନା ମହାମାରୀ ଉପରେ ଆଲୋଚନା କରାଯିବା ପରେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ମାତ୍ର ଦରଦାମ୍‌ ବୃଦ୍ଧି, ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଉପରେ ଆଲୋଚନା ଶୀଘ୍ର କରାଯିବା ଲାଗି ବିରୋଧୀ ଦଳ ସଦସ୍ୟମାନେ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।

Share