Categories: ଜାତୀୟ

ଦରଦାମ୍‌ ବୃଦ୍ଧି ନେଇ ପାର୍ଲାମେଣ୍ଟ ଅଚଳ

ନୂଆଦିଲ୍ଲୀ,୯।୩: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଯୋଗୁ ସଙ୍କଟ ଦେଖାଦେଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀଦଳ ରାଜ୍ୟ ସଭା ଏବଂ ଲୋକ ସଭାରେ ଶାସକ ଦଳକୁ ଘେରିବା ଜାରି ରଖିଛନ୍ତି। ଉଭୟ ଗୃହରେ ବିରୋଧି ସଦସ୍ୟମାନେ ମଙ୍ଗଳବାର ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା କରିଛନ୍ତି। ଫଳରେ ଲୋକ ସଭା ବାଚସ୍ପତି ଓମ୍‌ ବିରଳା ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେହିପରି ରାଜ୍ୟ ସଭାର କାର୍ଯ୍ୟ ସ୍ବାଭାବିକ ଭାବେ ନ ହୋଇ ପାରିବାରୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Share