Categories: ଜାତୀୟ

‘ମୁଁ ବିହାରୀ ଗୁଣ୍ଡା ନୁହେଁ’

ନୂଆଦିଲ୍ଲୀ,୩୦।୭: ଆଜି ମୌସୁମୀ ଅଧିବେଶନର ଦଶମ ଦିନ। ପେଗାସସ, ମୁଦ୍ରାସ୍ଫୀତି, କରୋନା ଏବଂ କୃଷି ଆଇନକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ପ୍ରତିଦିନ ହଟ୍ଟଗୋଳ ଦେଖାଦେଇଛି। ଶୁକ୍ରବାର ମଧ୍ୟ ଉଭୟ ସଦନରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ଦିନ ୧୧ ପର୍ଯ୍ୟନ୍ତ ଉଭୟ ସଦନକୁ ସ୍ଥଗିତ ରଖାଯାଇଥିଲା। ଏହାପୂର୍ବରୁ ଲୋକ ସଭାରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଟିଏମ୍‌ସି ଏମ୍‌ପିଙ୍କ ନାଁ ବଡ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ମୁଁ ଝାଡଖଣ୍ଡରୁ ଆସିଛି ଏବଂ ସଦନରେ ମୋର ୧୩ ବର୍ଷ ହୋଇଗଲାଣି। କିନ୍ତୁ ଟିଏମ୍‌ସି ମୋତେ ‘ବିହାରୀ ଗୁଣ୍ଡା’ କହିଛନ୍ତି। ବିହାର, ଝାଡଖଣ୍ଡ, ୟୁପି ଲୋକ ଗୁଣ୍ଡା ନୁହଁନ୍ତି, ଟିଏମ୍‌ସି ଏମ୍‌ପି ବିଭାଜନକାରୀ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।

Share