Categories: ଜାତୀୟ

ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା, ଅନାସ୍ଥା ପ୍ରସ୍ତାବର ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ରାଜ୍ୟ ସଭାର ପ୍ରକ୍ରିୟା ଆରମ୍ଭ ହେବା ପରେ ଏମ୍‌ପିମାନେ କାର୍ଗିଲ ଦିବସ ଏବଂ ଯବାନମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏହା ପରେ ମଣିପୁର ପ୍ରସଙ୍ଗରେ ସଂସଦରେ ଉତ୍ତେଜନା ଆରମ୍ଭ ହୋଇଥିଲା। କେନ୍ଦ୍ର ବିରୋଧରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଦେଇଛନ୍ତି।
ଅନ୍ୟପଟେ, ମଣିପୁର ପ୍ରସଙ୍ଗରେ ଉତ୍ତେଜନା ମଧ୍ୟରେ ଲୋକ ସଭା ପ୍ରକ୍ରିୟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

 

Share