Categories: ଜାତୀୟ

ଲୋକ ସଭାରେ ହଟ୍ଟଗୋଳ କରି ନିଲମ୍ବିତ ହେଲେ କଂଗ୍ରେସର ୪ଏମ୍‌ପି

ନୂଆଦିଲ୍ଲୀ,୨୫।୭: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦର ବୃଦ୍ଧି, ବେରୋଜଗାରକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ ଚଳାଇଛନ୍ତି। ଇତିମଧ୍ୟରେ ସୋମବାର କଂଗ୍ରେସର ୪ଏମ୍‌ପି ହାତରେ ପ୍ଲାକାର୍ଡ ଧରି ଦରବୃଦ୍ଧି ବିରୋଧରେ ଲୋକ ସଭାରେ ବିକ୍ଷୋଭ କରି ସରକାରଙ୍କୁ ଘେରିବା ସହ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟରେ ବାଧାପ୍ରାପ୍ତ ହେବାରୁ ଗୃହ ଅଧ୍ୟକ୍ଷ ତଥା ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ୪ଜଣ ଏମ୍‌ପିଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଏମ୍‌ପିମାନେ ହେଲେ କଂଗ୍ରେସର ମାଣିକମ୍‌ ଟେଗୋର, ଜ୍ୟୋର୍ତିମଣି, ରମ୍ୟା ହରିଦାସ ଏବଂ ଟିଏନ୍‌ ପ୍ରଥାପନ। ସମ୍ପୂର୍ଣ୍ଣ ଅଧିବେଶନ ପର୍ଯ୍ୟନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏଥିସହ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୩୭୪ ଅନୁଯାୟୀ ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ୪ଜଣ କଂଗ୍ରେସ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି।

Share