Categories: ଜାତୀୟ

ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୩।୮: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସୁଶୀଲ କୁମାର ରିଙ୍କୁଙ୍କୁ ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଗୁରୁବାର ଲୋକ ସଭାର କାର୍ଯ୍ୟବାହୀ ସମୟରେ ଏଏପି ନେତା ଏକ କାଗଜ ଚିରି ଚେୟାର ଆଡକୁ ଫିଙ୍ଗିଥିବା ନେଇ ଅଭିଯୋଗ ରହିଛି।

ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ସୁଶୀଲ କୁମାର ରିଙ୍କୁ ଚେୟାରକୁ ଅପମାନିତ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଉ। ଏହା ପରେ ଏଏପି ନେତାଙ୍କୁ ଆଉ ବାକି ଅଧିବେଶନରେ ନିଲମ୍ବିତ କରାଯାଇଛି।

 

Share