Categories: ଜାତୀୟ

ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ: ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ,୮।୮: ଲୋକ ସଭାରେ ମଙ୍ଗଳବାର ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ଏମପି ଗୌରବ ଗୋଗୋଇ କହିଛନ୍ତି ଯେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଭିତରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଆମେ କହିବୁ କି। ଯାହା ଉପରେ ଅମିତ ଶାହା କହିଛନ୍ତି ଯେ ହଁ କହିବା ଉଚିତ। ଅଧିର ରଂଜନ ଚୌଧୁରୀଙ୍କ ସମେତ ସମସ୍ତ ବିରୋଧୀ ଏମପି ଛିଡା ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ସର୍ବସାଧାରଣରେ ଏହା ସାମ୍ନାକୁ ଆସିଛି ଯେ ରାହୁଲ ଗାନ୍ଧୀ ପ୍ରଥମେ କହିବାକୁ ଚାହୁଁଛନ୍ତି।

କଂଗ୍ରେସ ଏମପି ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ ମଣିପୁରକୁ ସମସ୍ତେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଯାଇ ନାହାନ୍ତି। ଏହି ପ୍ରସଙ୍ଗ ଉପରେ କହିବାକୁ ତାଙ୍କୁ କାହିଁକି ୮୦ ଦିନ ଲାଗିଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି। ମଣିପୁରରେ ଡବଲ ଇଞ୍ଜନ ସରକାର ବିଫଳ ହେବାରୁ ଆଜି ସେଠାରେ ହିଂସାରେ ୧୫୦ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦୦୦ ଘର ଜଳିଯାଇଛି। ୬୦ ହଜାରରୁ ଅଧିକ ଲୋକ ରିଲିଫ ଶିବରରେ ଅଛନ୍ତି। ୬୫୦୦ ଏଫଆଇଆର ଦିଆଯାଇଛି।

Share