Categories: ଜାତୀୟ

୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟ ସଭା ସ୍ଥଗିତ

ନୂଆଦିଲ୍ଲୀ,୨୮।୭: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍‌ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବିରେ ବିରୋଧୀ ଦଳ ଜିଦ ଧରିଛନ୍ତି। ଲୋକ ସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ଏମପିମାନେ ସ୍ଲୋଗାନ ଦେବା ସହ କୋଳାହଳ ସୃଷ୍ଟି କରିବା ଆରମ୍ଭ କରିଥିଲେ। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଲୋକ ସଭାର କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଦେଇଥିଲେ।
ସୂଚନାଯୋଗ୍ୟ, ଉଭୟ ଗୃହର ମୌସୁମୀ ଅଧିବେଶନ ୭ ଦିନ ହେବ ଆରମ୍ଭ ହୋଇଥିଲେ ବି ମଣିପୁର ଘଟଣାକୁ ନେଇ ଉଭୟ ଗୃହରେ ପ୍ରତିଦିନ ହଙ୍ଗାମା ଜାରି ରହିବାରୁ ଗୃହ କାର୍ଯ୍ୟ ଆଗକୁ ବଢିପାରୁ ନାହିଁ।

Share