Categories: ଜାତୀୟ

ସଂସଦରେ ଅପମାନିତ ହୋଇଥିବା ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ ଓ ହଟ୍ଟଗୋଳ ଦେଖିବାକୁ ମିଳୁଛି। ଏନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ତେବେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖର୍ଗେ ତାଙ୍କୁ ସଂସଦରେ ଅପମାନିତ କରାଯାଇଥିବା ଅଭିଯୋଗ ଆଣିିଛନ୍ତି। ରାଜ୍ୟସଭାରେ ନିଜ ବକ୍ତବ୍ୟ ରଖିବାବେଳେ ସେ କହିଛନ୍ତି, ମଙ୍ଗଳବାର ସଂସଦରେ ମୋର ମାଇକ ବନ୍ଦ କରାଯାଇଥିଲା।

ତେବେ ଏହି ସମୟରେ ଖାର୍ଗେଙ୍କ ପଛରେ କଂଗ୍ରେସ ସାଂସଦମାନେ ଠିଆ ହୋଇଥିଲେ। ଯାହାକୁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧ କରିଥିଲେ। ଯାହାକୁ ନେଇ ଖାର୍ଗେ କହିଥିଲେ, ସେମାନେ ମୋ ପଛରେ ଠିଆ ହେବେନି କଣ ସେ ମୋଦିଜୀଙ୍କ ପଛରେ ଠିଆ ହେବେ। ଏହା କହିବା ମାତ୍ରେ ଗୃହରେ ଭାଜପା ସାଂସଦମାନେ ମୋଦି-ମୋଦି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

Share