Categories: ଜାତୀୟ

ସଂସଦ ଅଚଳ: ଲୋକସଭାରେ ବାଚସ୍ପତିଙ୍କ ଉପରେ ପାମ୍ପଲେଟ ଫିଙ୍ଗିଲେ ବିରୋଧୀ ସଦସ୍ୟ…

ନୂଆଦିଲ୍ଲୀ,୨୭।୩ : ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଫଳରେ ସଂସଦ ଅଚଳ ହୋଇପଡ଼ିଛି। ସୋମବାର ପୁଣି ଥରେ ଭାଜପାର ଏମ୍‌ପିଙ୍କ ସହିତ ବିରୋଧୀ ଲୋକସଭା ଓ ରାଜ୍ୟସଭାରେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି।

ବିରୋଧୀମାନେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଏବଂ ଉଭୟ ଗୃହରେ ଲୋକସଭାରୁ ଅଯୋଗ୍ୟତା ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ, ଆଦାନୀ ପ୍ରସଙ୍ଗ ନେଇ ଜେପିସି ଗଠନ ଦାବି ଉପରେ ଜିଦ ଧରିଥିଲେ। ଏହି ସମୟରେ କିଛି ବିରୋଧୀ ସଦସ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପରେ ପାମ୍ପଲେଟ ମଧ୍ୟ ଫିଙ୍ଗିଥିଲେ। ଏହା ପରେ ଲୋକସଭାକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବାବେଳେ ରାଜ୍ୟସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share