Posted inଜାତୀୟ

ସଂସଦ ଅହଂକାରର ଇଟାରେ ନୁହେଁ, ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଜରୁରୀ,ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ: ରାହୁଲ…

ନୂଆଦିଲ୍ଲୀ,୨୪।୫ : ୨୮ ମେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଲଗାତାର ସମାଲୋଚନା ଜାରି ରହିଛି। କଂଗ୍ରେସ, ଟିଏମସି, ଏଏପି ସମେତ ୧୯ଟି ବିରୋଧୀ ଦଳ ବୁଧବାର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ବୋଲି କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦଘାଟନୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନକରିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏହାପୂର୍ବରୁ ସେ ଟୁଇଟ କରି କହିଥିଲେ ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୁହେଁ ବରଂ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ।

ବିରୋଧୀ ଦଳଙ୍କ ପକ୍ଷରୁ ମିଳିତ ବିବୃତ୍ତି ଜାରି ହେବା ପରେ ରାହୁଲ ଟୁଇଟ କରି କହିଛନ୍ତି, ରାଷ୍ଟ୍ରପତିଙ୍କୁ ସଂସଦର ଉଦଘାଟନ କରିବା କିମ୍ବା ତାଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଘୋର ଅପମାନ। ସଂସଦ ଅହଂକାରର ଇଟା ଦ୍ୱାରା ନୁହେଁ, ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri