‘ମହିଳାଙ୍କ ପାଇଁ ସଂସଦ ସୁରକ୍ଷିତ ନୁହେଁ’

ସିଡ୍‌ନୀ,୧୫ା୬: ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତାଙ୍କ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସିନେଟ୍‌ରେ ମହିଳା ସାଂସଦ ତାଙ୍କ ପକ୍ଷ ରଖିଥିଲେ।

ସାଂସଦ କହିଛନ୍ତି, ପରିସ୍ଥିତି ଏତେ ଖରାପ ହୋଇଛି ଯେ, ରୁମ୍‌ରୁ ବାହାରିବା ବେଳେ ମଧ୍ୟ ଅନେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିବ।

ଗୁରୁବାର ଲିଡିଆ ଥର୍ପେ କହିଛନ୍ତି, ସଂସଦ ଭିତରେ କିଛି ଶକ୍ତିଶାଳୀ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା, ପାହାଚ ନିକଟରେ ତାଙ୍କୁ ଭୁଲ ତରିକାରେ ସ୍ପର୍ଶ କରାଯାଇଥିଲା। ଲିଡିଆ ଡେଭିଡ ଓ୍ବାନଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

Share