ଅଗଷ୍ଟ ୯ରେ ଭାଙ୍ଗିବ ପାକିସ୍ତାନ ସଂସଦ

ଇସଲାମାବାଦ,୪ା୮: ଅଗଷ୍ଟ ୯ରେ ପାକିସ୍ତାନର ସଂସଦ ଭାଙ୍ଗିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍‌ ଗୁରୁବାର ଘୋଷଣା କରିଛନ୍ତି। ସଂସଦର ସଦସ୍ୟମାନଙ୍କ ସମ୍ମାନାର୍ଥେ ରାତ୍ରି ଭୋଜନରେ ସଂସଦୀୟ ନେତାମାନଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ରାତ୍ରି ଭୋଜନ ପରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ଶେହବାଜ ତାଙ୍କ ମତାମତ ଲୋଡ଼ିଥିଲେ ଏବଂ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟନିର୍ବାହୀ ସରକାରଙ୍କ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅଗଷ୍ଟ ୯ରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ସଂସଦ ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କୁ ଏକ ଆନୁଷ୍ଠାନିକ ପରାମର୍ଶ ପଠାଇବେ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ଏହା କାର୍ଯ୍ୟକାରୀ ହେବା ପାଇଁ ରାଷ୍ଟ୍ରପତିଙ୍କୁ ୪୮ ଘଣ୍ଟା ମଧ୍ୟରେ ପରାମର୍ଶରେ ଦସ୍ତଖତ କରିବାକୁ ପଡ଼ିବ। ଯଦି ରାଷ୍ଟ୍ରପତି କୌଣସି କାରଣରୁ ପରାମର୍ଶରେ ଦସ୍ତଖତ ନ କରନ୍ତି ନାହିଁ। ତେବେ ବିଧାନସଭା ସ୍ବୟଂଚାଳିତ ଭାବରେ ଭଙ୍ଗାଯିବ।

ଏଥିସହ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ବିରୋଧୀଙ୍କ ସହ ତିନି ଦିନ ପରାମର୍ଶ ପରେ ସେ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀଙ୍କ ନାମ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ। ତେବେ ଯଦି କୌଣସି ଚୁକ୍ତିନାମା ନ ହୁଏ ତେବେ ପାକିସ୍ତାନର ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରିବେ ଏବଂ ପ୍ରସ୍ତାବିତ ନାମଗୁଡିକ ମଧ୍ୟରୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଚୟନ କରିବେ।

Share