Categories: ଜାତୀୟ

ଦିଲ୍ଲୀର ଅନଧିକୃତ କୋଠା ସମ୍ପର୍କିତ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୦ା୧୨: ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍‌ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ଏଏପି ସରକାର ଏବଂ ପୂର୍ବରୁ କେନ୍ଦ୍ରରେ ଥିବା କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଏଦିଗରେ କିଛି କରି ନ ଥିଲେ ବୋଲି ଭାଜପା ଏମ୍‌ପିମାନେ ଅଭିଯୋଗ କରିଛନ୍ତି। ବିଲ୍‌ ଉପରେ ସଂକ୍ଷିପ୍ତ ଆଲୋଚନା ପରେ ଏହା ଧ୍ୱନିମତରେ ଗୃହୀତ ହୋଇଥିଲା। ଦିଲ୍ଲୀର ନିର୍ଦ୍ଦିଷ୍ଟ କେତେକ ଅନଧିକୃତ ଘରକୁ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି।

Share