Categories: ଜାତୀୟ

ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୬।୪: ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌, ୨୦୨୨ ଲୋକ ସଭା ପରେ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ଏହି ବିଲ ଉପସ୍ଥାପନ କରିବାବେଳେ କହିଛନ୍ତି, ଏହି ବିଲ ଆବଶ୍ୟକ। କାରଣ ଆମ ଦେଶରେ, ଅଧାରୁ ଅଧିକ ଗୁରୁତର ମାମଲାରେ ଅପରାଧୀମାନେ କେବଳ ପ୍ରମାଣ ଅଭାବରୁ ଖସିଯାଆନ୍ତି। ଏହି ଆଇନ ହେବା ପୋଲିସକୁ ସେମାନଙ୍କର ଅନୁସନ୍ଧାନ ଏବଂ ପ୍ରମାଣକୁ ଅଧିକ ମଜବୁତ କରିବାରେ ସାହାଯ୍ୟ କରିବ। ଏହି ବିଲ ଆଣିବାର ଉଦ୍ଦେଶ୍ୟ ହେଉଛି ଦୋଷୀଙ୍କୁ ଦଣ୍ଡ ଦେବା ଏବଂ ଜଣେ ନିରୀହ ବ୍ୟକ୍ତିଙ୍କୁ ହଇରାଣ ନ କରିବା। ସେପଟେ ବିରୋଧୀ ଦଳଗୁଡ଼ିକ ବିଲ୍‌କୁ ବିରୋଧ କରିବା ସହ ମାନବାଧିକାର ପ୍ରସଙ୍ଗ ଉଠାଇଥିଲେ। ଏହି ବିଲ ଉପରେ ନିଜ ମତ ରଖି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି ଯେ, ମୁଁ ଦୁଃଖିତ ଯେ ଏହି ବିଲ ସମ୍ବିଧାନ ଭଙ୍ଗ କରୁଛି। ଏହି ବିଲ ଆଣିବା ପୂର୍ବରୁ କୌଣସି ପରାମର୍ଶ ନିଆଯାଇ ନାହିଁ।
ପ୍ରସ୍ତାବିତ ଆଇନ ପୋଲିସକୁ ଅପରାଧୀ ଓ ଅଭିଯୁକ୍ତମାନଙ୍କ ଶାରୀରିକ ଓ ଜୈବିକ ନମୁନା ସଂଗ୍ରହ କରିବା ଲାଗି କ୍ଷମତା ପ୍ରଦାନ କରିବ।

Share