Posted inଜାତୀୟ

ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ

ନୂଆଦିଲ୍ଲୀ,୧୨ା୮: ମଣିପୁରର ଜାତିଆଣ ହିଂସାକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଭାଜପା ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜୋର୍‌ଦାର ବିତର୍କ ପରେ ଶୁକ୍ରବାର ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଫଳରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରିଥିଲେ। ପାଖାପାଖି ୨୦ ଘଣ୍ଟାର ଆଲୋଚନାରେ ୬୦ ସଦସ୍ୟ ଭାଗ ନେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪୦ ମିନିଟ୍‌ ଧରି ଉତ୍ତର ରଖିବା ପରେ ଅନାସ୍ଥା ପ୍ରସ୍ତାବ ବାଚନିକ ମତରେ କାଟ୍‌ ଖାଇଥିଲା। ଚଳିତ ଅଧିବେଶନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବାରୁ ବିରୋଧୀ ସଦସ୍ୟ କ୍ଷୁବ୍ଧ ହୋଇ ବାଚସ୍ପତି ଓମ୍‌ ବିର୍ଲାଙ୍କ ଉଦ୍‌ଯାପନୀ ଭାଷଣ ବେଳେ କକ୍ଷତ୍ୟାଗ କରିଥିଲେ। ଚଳିତ ଅଧିବେଶନରେ ଲୋକ ସଭାରେ ମୋଟ ୧୭ଟି କାର୍ଯ୍ୟଦିବସରେ ୪୪ ଘଣ୍ଟା ୧୩ ମିନିଟ୍‌ ପାଇଁ ଚାଲିଥିଲା। ଏହି ସମୟ ମଧ୍ୟରେ ୨୦ଟି ସରକାରୀ ବିଲ୍‌ ଆଗତ ହୋଇଥିବାବେଳେ ୨୨ ବିଲ୍‌ ଗୃହୀତ ହୋଇଥିଲା। ଗୃହୀତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟରେ ରହିଛି ମଲ୍ଟି-ଷ୍ଟେଟ୍‌ କୋଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ଡିଜିଟାଲ ଡେଟା ପ୍ରୋଟେକ୍ସନ ବିଲ୍‌, ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ବିଲ୍‌, ନ୍ୟାଶନାଲ ଡେଣ୍ଟାଲ କାଉନ୍‌ସିଲ ବିଲ୍‌, ଜନବିଶ୍ୱାସ (ସଂଶୋଧନ) ବିଲ୍‌, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଏବଂ ସଶସ୍ତ୍ର ବଳ ସଂଗଠନ(କମାଣ୍ଡ, କଣ୍ଟ୍ରୋଲ, ଡିସିପ୍ଲିନ୍‌) ବିଲ୍‌। ସେହିପରି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଉଦ୍‌ଯାପନୀ ଭାଷଣ ଦେବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

ଅବସର ନେବାକୁ ଥିବା ରାଜ୍ୟ ସଭା ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଜ୍ୟ ସଭାରୁ ଆସନ୍ତା ୧୮ ତାରିଖରେ ଅବସର ନେବାକୁ ଥିବା ୫ ଜଣ ଏମ୍‌ପିଙ୍କୁ ମୌସୁମୀ ଅଧିବେଶନର ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ଗୃହକୁ ସେମାନଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ମୋଟ ୯ ସଦସ୍ୟ ଅବସର ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ପୁନଃ ନିର୍ବାଚିତ ହୋଇଥିବାରୁ ଅନ୍ୟ ୫ ଜଣଙ୍କ ଉପସ୍ଥିତିକୁ ଗୃହ ହରାଇବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ପୁନଃ ନିର୍ବାଚିତ ହୋଇଥିବା ସଦସ୍ୟ ହେଲେ, ଭାଜପାର ଏସ୍‌. ଜୟଶଙ୍କର, ଏଆଇଟିସିର ସୁଖେନ୍ଦୁ ଶେଖର ରାୟ, ଡେରେକ୍‌ ଓ’ବ୍ରାଏନ ଏବଂ ଡୋଲା ସେନ୍‌। ଅବସର ନେଉଥିବା ୫ ସଦସ୍ୟ ହେଲେ ଭାଜପାର ଯୁଗଳସିଂ ଲୋଖଣ୍ଡଓ୍ବାଲା, ଦିନେଶଚନ୍ଦ୍ର ତେମାଲଭାଇ ଅନଭାଦିୟା, ଏଆଇଟିସିର ସୁସ୍ମିତା ଦେବ ଏବଂ ଶାନ୍ତା ଛେତ୍ରୀ ଏବଂ କଂଗ୍ରେସର ପ୍ରଦୀପ ଭଟ୍ଟାଚାର୍ଯ୍ୟ। ରାଜନୀତିରେ ଅବସର ନାହିଁ ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ। ଗୃହର ନେତା ପୀୟୂଷ ଗୋୟଲ କହିଥିଲେ, ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଜୟଶଙ୍କରଙ୍କର ଗୃହକୁ ଏବଂ ବିଶ୍ୱ ସ୍ତରରେ ଅନେକ ଅବଦାନ ରହିଛି। ଏହାକୁ ନେଇ ଗୃହରେ ହୋହଲ୍ଲା ହେବାରୁ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି କହିଥିଲେ, ପ୍ରତ୍ୟେକ ସଦସ୍ୟ ଯେଉଁମାନେ ଅବସର ନେଉଛନ୍ତି ଏବଂ ଯିଏ ପୁନଃ ନିର୍ବାଚିତ ହୋଇଥିବାରୁ ସଦସ୍ୟତା ବଳବତ୍ତର ରହିଛି, ସମସ୍ତଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତେବେ ଯେଉଁମାନେ ପୁନର୍ବାର ନିର୍ବାଚିତ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମେ ସମାନ ଭାବେ ଗର୍ବିତ ବୋଲି ଧନ୍‌କର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri