Categories: ଜାତୀୟ

ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ,୧୪।୩: ସଂସଦ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ-କଶ୍ମୀରର ବଜେଟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ। ତେବେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ଦଳର ବୈଠକ ଡାକିଛନ୍ତି। ଏହି ବୈଠକରେ ସେ ଆଜିର ରଣନୀତି ଉପରେ ଆଲୋଚନା କରିବେ ବୋଲି ଜଣାପଡିଛି।
ଲଣ୍ଡନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବୃତ୍ତିକୁ ନେଇ ସଂସଦ ଅଧିବେଶନର ପ୍ରଥମ ଦିନରେ ସୋମବାର ଲୋକ ସଭା ଓ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା। ଏପରିକି ଭାଜପା ଏମପିମାନେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

Share