ନୂଆଦିଲ୍ଲୀ,୮।୮: ଆଜି ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହାପୂର୍ବରୁ ସଂସଦ ଭବନରେ ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ଅଛନ୍ତି। କୁହାଯାଇଛି ଯେ, ଅନାସ୍ଥା ପ୍ରସ୍ତାବ ସମୟରେ ବିରୋଧୀଙ୍କ ପ୍ରଶ୍ନର ସମ୍ମୁଖୀନ କିପରି କରାଯିବ ସେନେଇ ଏହି ବୈଠକରେ ରଣନୀତି
ପ୍ରସ୍ତୁତି କରାଯାଇପାରେ।