Categories: ଜାତୀୟ

ନୂଆ ନୁହେଁ ପୁରୁଣା ପାର୍ଲାମେଣ୍ଟ ହାଉସରେ ହେବ ବିଶେଷ ଅଧିବେଶନ

ନୂଆଦିଲ୍ଲୀ,୬।୯: ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍‌ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ। ଏହି ସୂଚନା ସମାଚାର ଏଜେନ୍ସି ଏଏନଆଇ ପକ୍ଷରୁ ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ଓ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଥିଲେ। ଅଗଷ୍ଟ ୫, ୨୦୧୯ରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ଗୃହ ଏକ ନୂତନ ସଂସଦ ଭବନ ନିର୍ମାଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହା ପରେ, ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସଂସଦ ଭବନର ମୂଳଦୁଆ ପକାଇଲେ। ରେକର୍ଡ ସମୟରେ ଗୁଣବତ୍ତା ସହିତ ନବନିର୍ମିତ ସଂସଦ ଭବନ ସମ୍ପୂର୍ଣ୍ଣ ହୋଇଛି।

Share