Categories: ଜାତୀୟ

ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୧୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ଜୁଲାଇ ୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ବିଦାୟକାଳୀନ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତର ଉପରାଷ୍ଚ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଏମ୍‌ପିମାନେ ଉପସ୍ଥିତ ରହିବେ। ବିଦାୟ ଉତ୍ସବ ସମୟରେ ରାମନାଥଙ୍କୁ ଲୋକ ସଭା ସଦସ୍ୟଙ୍କ ତରଫରୁ ପ୍ରଶସ୍ତି ପତ୍ର, ସ୍ମୃତି ଚିହ୍ନ ଓ ଏମ୍‌ପିମାନଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିବା ହସ୍ତାକ୍ଷର ପୁସ୍ତିକା ଦଆଯିବ। ବାଚସ୍ପତି ବିଦାୟୀ ଭାଷଣ ଦେବେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେବାକୁ ଥିବା ସାଂସଦ ହସ୍ତାକ୍ଷର ପୁସ୍ତିକାକୁ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ସଂସଦର ସେଣ୍ଟ୍ରାଲ ହଲରେ ରଖାଯିବ କାରଣ ଏମ୍‌ପିମାନେ ଏଥିରେ ସ୍ବାକ୍ଷର କରିବେ। ଏହା ପୂର୍ବରୁ ଜୁଲାଇ ୧୬ରେ ରାଷ୍ଟ୍ରପତି ଭବନରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ପାଇଁ ଏକ ରାତ୍ରିଭୋଜନର ଆୟୋଜନ ହେବ। ଆସନ୍ତା ଜୁଲାଇ ୨୫ରେ ଭାରତର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Share