Posted inଜାତୀୟ

ସଡ଼କକୁ ଗଲା ସଂସଦ କଳି

ନୂଆଦିଲ୍ଲୀ,୧୩ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। କିନ୍ତୁ ଯେତେଦୂର ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରଶ୍ନ ଉଠୁଛି, କୌଣସି ଅଧିବେଶନ ହୋଇନାହିଁ। ୬୦% ଭାରତୀୟଙ୍କ ସ୍ବରକୁ ଚପାଇ ଦିଆଗଲା, ସେମାନଙ୍କୁ ଅପମାନିତ କରାଗଲା ଓ ବୁଧବାର ମହିଳା ସଦସ୍ୟଙ୍କୁ ରାଜ୍ୟ ସଭାରେ ମାଡ଼ ମରାଗଲା। ଏଥିପାଇଁ ବାହାରୁ ଲୋକଙ୍କୁ ଅଣାଯାଇଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାକୁ ଶାସକ ଭାଜପା ଖଣ୍ଡନ କରିଛି। ଏଥିସହ ଜଣେ ମହିଳା ମାର୍ଶାଲଙ୍କୁ ବିରୋଧୀ ସଦସ୍ୟମାନେ ଯେପରି ଠେଲାପେଲା କରିଛନ୍ତି, ତାହା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଏହି ଲଜ୍ଜାଜନକ କାର୍ଯ୍ୟ ପାଇଁ ବିରୋଧୀ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ଦାବି କରିଛି।
ସଂସଦର ଅଧିବେଶନକୁ ଅବଧି ପୂରିବାର ଦୁଇଦିନ ପୂର୍ବରୁ ହଠାତ୍‌ ବନ୍ଦ କରିଦିଆଯିବା ଓ ରାଜ୍ୟ ସଭାରେ କେତେଜଣ ମହିଳା ଏମ୍‌ପିଙ୍କ ଉପରେ ହୋଇଥିବା ତଥାକଥିତ ଆକ୍ରମଣକୁ ନେଇ ଗୁରୁବାର ସକାଳେ ପାର୍ଲାମେଣ୍ଟ ବାହାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଗଣମାଧ୍ୟମକୁ ରାହୁଲ କହିଥିଲେ, ଆଜି ଆମେ ଆପଣମାନଙ୍କ ସହ ଆଲୋଚନା କରିବାକୁ ଆସିଛୁ। କାରଣ ପାର୍ଲାମେଣ୍ଟ ଭିତରେ ଆମକୁ କହିବାକୁ ଦିଆଗଲା ନାହିଁ। ଏହା ଗଣତନ୍ତ୍ରର ହତ୍ୟା। ରାଜ୍ୟ ସଭାରେ ପ୍ରଥମ ଥର ପାଇଁ ଏମ୍‌ପିମାନଙ୍କୁ ମାଡ଼ ମରାଯାଇଛି, ଠେଲାପେଲା କରାଯାଇଛି। ଅଧ୍ୟକ୍ଷ କହୁଛନ୍ତି, ସେ ଅସ୍ବସ୍ତ। ବାଚସ୍ପତିଙ୍କ ମଧ୍ୟ ସମାନ ଅବସ୍ଥା। କିନ୍ତୁ ଗୃହକୁ କିପରି ଚଳାଯିବ ତାହା ସେମାନଙ୍କ ଦାୟିତ୍ୱ। ମିଳିତ ବିକ୍ଷୋଭରେ ଅନେକ ବିରୋଧୀ ନେତା ସାମିଲ ହୋଇଥିଲେ। ଏଥିରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ଶିବସେନାର ସଞ୍ଜୟ ରାଉତଙ୍କ ସମେତ ଡିଏମ୍‌କେ, ସମାଜବାଦୀ ପାର୍ଟି, ଆର୍‌ଜେଡି, ସିପିଏମ୍‌, ସିପିଆଇ, ମୁସ୍‌ଲିମ ଲିଗ୍‌, ଆର୍‌ଏସ୍‌ପି ଏବଂ କେରଳ କଂଗ୍ରେସର ନେତାମାନେ ଯୋଗଦେଇଥିଲେ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ପାର୍ଲାମେଣ୍ଟ ସୁରକ୍ଷା ବ୍ୟବସ୍ଥାର ଅଂଶ ହୋଇ ନ ଥିବା ବାହାର ଲୋକଙ୍କୁ ବିରୋଧୀ ନେତା ଓ ବିକ୍ଷୋଭରତ ମହିଳା ସଦସ୍ୟଙ୍କ ଉପରେ ଆକ୍ରମଣ ପାଇଁ ଅଣାଯାଇଥିଲା। ତେଣୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କାୟା ନାଇଡୁ ଏତଲା ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ। ପେଗାସସ୍‌ ସ୍ପାଏଓ୍ବେର ଭଳି ଜାତୀୟ ପ୍ରସଙ୍ଗରେ ବିତର୍କ ପାଇଁ ବିରୋଧୀ ସର୍ବସମ୍ମତ ରୂପେ ଦାବି କରିବା ସତ୍ତ୍ୱେ କେନ୍ଦ୍ର ସରକାର ଜାଣିଶୁଣି ପାର୍ଲାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଇଦେଲେ। ଏହି ଏକଚ୍ଛତ୍ରବାଦୀ ବିଚାର ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିବୃତିରେ ନିନ୍ଦା କରାଯାଇଛି। ତେବେ ଏହି ଅଭିଯୋଗକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ‘ସମ୍ପୂର୍ଣ୍ଣ ମିଥ୍ୟା’ ଅଭିହିତ କରି ଖଣ୍ଡନ କରିଛନ୍ତି। ୭ ଜଣ କେନ୍ଦ୍ରମନ୍ତ୍ରୀ ଡାକିଥିବା ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ପାଲଟା ଆକ୍ରମଣ କରିଛି। ଅଧିବେଶନର ଅବଶିଷ୍ଟ ଅବଧିରେ ଅଧିକ ବିଲ୍‌ ଆଗତ ନ କରିବାକୁ ସରକାରଙ୍କୁ ବିରୋଧୀ ଧମକ ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳଗୁଡ଼ିକ ଯେପରି ବ୍ୟବହାର ଦେଖାଇଛନ୍ତି, ତାକୁ ନେଇ ସେମାନେ କ୍ଷମା ମାଗିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।...

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର...

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ, କହିଲେ ନ୍ୟାୟ ଦେବା ବଦଳରେ…

ନୂଆଦିଲ୍ଲୀ,୧୭।୧୧: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ...

ମଣିପୁର ନା ଗୋଟିଏ ଥିଲା, ନା ଏହା ସୁରକ୍ଷିତ ଥିଲା, ହିଂସାକୁ ନଇ ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୧: ମଣିପୁରରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। ଏହା ପରେ...

ହନୁମାନ ଚାଳିଶା ପଢିବା ପାଇଁ ହିନ୍ଦୁମାନଙ୍କୁ ମିଳୁ ଛୁଟି: ଆସାମ ମୁଖ୍ୟମନ୍ତ୍ରୀ

ଦିସ୍‌ପୁର,୧୭।୧୧: ସ୍କୁଲ ଶୁକ୍ରବାର ଛୁଟି କରିବା ପାଇଁ ପୁଣି ମୁଣ୍ଡ ଟେକିଲା ବିବାଦ। ଝାଡଖଣ୍ଡରେ ହେମନ୍ତ ସରକାର ଶୁକ୍ରବାର ମୁସଲମାନମାନଙ୍କୁ ସ୍କୁଲରେ ନମାଜ ପାଇଁ ଛୁଟି...

ମହାରାଷ୍ଟ୍ରରେ ରାଲି କରୁଥିବାବେଳେ ହଠାତ୍‌ ଗୋବିନ୍ଦାଙ୍କ ଛାତିରେ ହେଲା ଯନ୍ତ୍ରଣା, ତା’ ପରେ…

ମୁମ୍ବାଇ,୧୭।୧୧:ପୁଣି ଅସୁସ୍ଥ ହେଲେ ବଲିଉଡ ଅଭିନେତା ଗୋବିନ୍ଦା । ଶନିବାର ଦିନ ମହାରାଷ୍ଟ୍ରର ଜାଲଗାଓଁ ଜିଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା।...

ବାଇଡେନ୍‌ଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି ମୋଦି: ରାହୁଲ ଗାନ୍ଧୀ

ଅମରାବତୀ,୧୭ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ମୃତିଶକ୍ତି ହରାଇବସିଲେଣି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମହାରାଷ୍ଟ୍ରରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri