Posted inଜାତୀୟ

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଚଳିତ ଥର ସବୁଠୁ ଚର୍ଚ୍ଚାରେ ଥିଲା ସଂସଦ ବାହାରେ ଧସ୍ତାଧସ୍ତି। ସଂସଦ ହାଇଡ୍ରାମାକୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସମଗ୍ର ଶୀତ ଅଧିବେଶନରେ କେତେ ବିଲ ପାସ ହୋଇଛି ଏବଂ ଜନସାଧାରଣଙ୍କ ମୁଦ୍ଦାକୁ ନେଇ କେତେ ଆଲୋଚନା ହୋଇଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସଂସଦରେ ପୂରା ଅଧିବେଶନରେ କେବଳ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନର ସାକ୍ଷୀ ରହିଥିଲା। କିନ୍ତୁ ଅଧିବେଶନରେ ମୁଦ୍ରାସ୍ଫୀତି, ବେକାରୀ, କୃଷକ ତଥା ଦେଶର ସୁରକ୍ଷା ଭଳି ଜନସାଧାରଣଙ୍କ ପ୍ରସଙ୍ଗ ଆଲୋଚନା କରିବାର ଆବଶ୍ୟକତା ରହିଥିଲା। ଏଥର ସଂସଦରେ ଆଦାନୀ, ଜର୍ଜ ସୋରାସ, ନେହେରୁ ଏବଂ ଆମ୍ବେଦକରଙ୍କ ପ୍ରସଙ୍ଗ ଶୀତ ଅଧିବେଶନକୁ ଉଷ୍ମ କରାଇଥିଲା।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂସଦରେ ୨୦ଦିନ ଧରି ଅଧିବେଶନ ଚାଲି ନ ପାରିବାରୁ ଆନୁମାନିକ ୮୪ କୋଟି ଟଙ୍କା ନଷ୍ଟ ହୋଇଛି। ଏହିି ଟଙ୍କା ଆମ ଟ୍ୟାକ୍ସରୁ ସଂଗୃହିତ ହୋଇଥାଏ। ସଂସଦର କାର୍ଯ୍ୟକାଳ ପାଇଁ ପ୍ରତି ମିନିଟରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଯଦି ଲୋକ ସଭା ଏବଂ ରାଜ୍ୟ ସଭାରେ କାର୍ଯ୍ୟକଳା ଗଣାଯାଏ, ତେବେ ଲୋକ ସଭାରେ ୬୧ ଘଣ୍ଟା ୫୫ ମିନିଟ ଏବଂ ରାଜ୍ୟ ସଭାରେ ୪୩ ଘଣ୍ଟା ୩୯ ମିନିଟ କାର୍ଯ୍ୟ କରାଯାଇଥିଲା। ଲୋକ ସଭାରେ ୨୦ଟି ଏବଂ ରାଜ୍ୟ ସଭାରେ ୧୯ଟି ବୈଠକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

ବାଂଲାଦେଶରେ ପାକିସ୍ତାନ ମୁତୟନ କଲା Fighter Jet? ପାକ୍‌ ଖବରଦାତା ଦାବି କଲେ…

ଇସଲାମାବାଦ,୨୬।୪: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ପଡ଼ିବ ମରୁଡ଼ି, ଅନ୍ଧାରରେ ବିତିବ ରାତି; ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନକୁ ୫ ଝଟ୍‌କା 

ନୂଆଦିଲ୍ଲୀ,୨୬।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ...

ଝେଲମରେ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା, ଘୋଷଣା ହେଲା Emergency

ନୂଆଦିଲ୍ଲୀ,୨୬।୪: ଶନିବାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ମୁଜାଫରାବାଦରେ ବନ୍ୟା ସତର୍କତା ଜାରି କରାଯାଇଛି। ପ୍ରକୃତରେ, ଶନିବାର ଅପରାହ୍ନରେ ଝେଲମ ନଦୀର ଜଳସ୍ତର ହଠାତ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image