Categories: ଜାତୀୟ

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,୨।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ଗୃହ ନେତାମାନେ ଯୋଗଦେବେ। ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ବିଧାନସଭା ଏଜେଣ୍ଡା ସ୍ଥିର କରିବା ଏହି ବୈଠକର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୯ ଦିନ ମଧ୍ୟରୁ ୧୫ ଦିନ ବୈଠକ ହେବ।

Share