Posted inଜାତୀୟ

ଶୀତକାଳୀନ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫ା୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଅଧିବେଶନ ଆରମ୍ଭରୁ ବିରୋଧୀ ଆଦାନୀ ଗ୍ରୁପ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଏବଂ ଓ୍ବାକଫ୍‌ ସଂଶୋଧନ ବିଲ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ଉଭୟ ଗୃହରେ ହୋ-ହଲ୍ଲା କରିଥିଲେ। ଏନେଇ ଉଭୟ ଗୃହକୁ ବାଚସ୍ପତି ସ୍ଥଗିତ କରିଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଗୃହକାର୍ଯ୍ୟ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ବୁଧବାର ପୁଣି ଗୃହର ପ୍ରକ୍ରିୟା ଆରମ୍ଭ ହେବ।

ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇ କହିଥିଲେ, ସମ୍ବିଧାନର ୭୫ ବର୍ଷରେ ଆମେ ପ୍ରବେଶ କରିଛୁ। ନୂଆ ଏମ୍‌ପିମାନେ ନୂଆ ଆଶା ନେଇ କାମ କରିବାକୁ ଆସିଛନ୍ତି। ଅନେକ ସମସ୍ୟା ରହିଛି, ଅନେକ ବିଷୟରେ ଆଲୋଚନା କରିବାର ଅଛି। ଅଧିବେଶନ ସୁରୁଖୁରୁରେ ଚାଲୁବୋଲି ଆଶା କରୁଛି। ଅଧିବେଶନରେ ବିରୋଧୀ ହଙ୍ଗାମା ନ କରି ଆଲୋଚନାରେ ସାମିଲ ହୁଅନ୍ତୁ ବୋଲି ମୋଦି ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିରେ ଗଦ୍‌ଗଦ୍‌ ଅଜିତ ପାଓ୍ବାର: ଭଣଜାଙ୍କୁ କହିଦେଲେ ଏମିତି କଥା

ପୁଣେ,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜୟ ପରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଆତ୍ମବିଶ୍ୱାସ ଚରମ ସୀମାରେ ରହିଛି। ସେ ଭଣଜା ରୋହିତ ପାୱାରଙ୍କ ବିଜୟକୁ...

ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୫।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍‌ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ଏହି ଅବସରରେ...

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri